ଏଣିକି କାଠଯୋଡ଼ି ନଦୀ ଭିତରକୁ ଯିବନି କଟକ ସହରର ନର୍ଦ୍ଦମା ପାଣି; ସିଏମସିକୁ କଡ଼ା ନିର୍ଦ୍ଦେଶ ଦେଲେ ହାଇକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଣିକି କାଠଯୋଡ଼ି ନଦୀକୁ ଆଉ ଯିବନି କଟକ ସହରର ନର୍ଦ୍ଦମା ପାଣି । ଏଭଳି ଜନ ବିରୋଧୀ କାର୍ୟ୍ୟକୁ ତୁରନ୍ତ ବନ୍ଦ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । ସେହିପରି ରାଜ୍ୟର କେତେ ନଦୀରେ ଏହିପରି ଭାବରେ ପ୍ରଦୂଷିତ ଜଳ ମିଶୁଛି । ସେସମ୍ପର୍କରେ ତଥ୍ୟ ଦେବାକୁ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡକୁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ । କାଠଯୋଡ଼ି ନଦୀରେ ମିଶୁଥିବା ଏହି ପ୍ରଦୂଷିତ ଜଳକୁ ମତ୍ତଗଜପୁର ସ୍ୱରେଜ ଟ୍ରିଟମେଣ୍ଟ ପ୍ଲାଣ୍ଟକୁ ଛାଡିବା ପାଇଁ କୋର୍ଟ ସ୍ପଷ୍ଟ ଭାବେ ନିର୍ଦେଶ ଦେଇଛନ୍ତି ।

ଯେହେତୁ ଜାଇକା ପ୍ରକଳ୍ପ କାର୍ୟ୍ୟ ଚାଲିଛି । ତେଣୁ ବାଧ୍ୟ ହୋଇ ଏଭଳି କରିବାକୁ ପଡୁଛି ବୋଲି ସି ଏମ୍ ସି ପକ୍ଷରୁ କୁହାଯାଇଥିଲା । ତେଣୁ ଏହାର ସ୍ଥାୟୀ ସମାଧାନ ପାଇଁ ସିଏମସି କି ପଦକ୍ଷେପ ନେଇଛ । ସେସମ୍ପର୍କରେ ସତ୍ୟପାଠ ଦାଖଲ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ହାଇକୋର୍ଟ। ଏ ଖବର ସାମ୍ନାକୁ ଆସିବା ସାରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି ।

Related Posts