ପଞ୍ଜାବରେ ଦିଲ୍ଲୀ ମଡେଲ; ଏଣିକି ଘରେ ଘରେ ପହଞ୍ଚିବ ରାସନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ ଗୋଟିଏ ପରେ ଗୋଟିଏ ବଡ଼ ନିଷ୍ପତ୍ତି ରାଜ୍ୟ ପାଇଁ ନେବାରେ ଲାଗିଛନ୍ତି । ଏହା ମଧ୍ୟରେ ପଞ୍ଜାବରେ ମଧ୍ୟ ଦିଲ୍ଲୀ ମଡେଲ ଚାଲିବ । ଅର୍ଥାତ ଦିଲ୍ଲୀ ଢାଞ୍ଚାରେ ପଞ୍ଜାବରେ ଡୋର ଟୁ ଡୋର ରାସନ ଯୋଗାଇ ଦିଆଯିବ ବୋଲି ଘୋଷଣା କରିଛନ୍ତି ପଞ୍ଜାବର ନୂଆ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ। ଅର୍ଥାତ୍, ବର୍ତ୍ତମାନ ସରକାର ଘରକୁ ଘର ରାସନ ସାମଗ୍ରୀ ଯୋଗାଇଦେବେ। ଏହା ସହ ରାସନ ଘରକୁ ଘର ମାଗଣା ବିତରଣ କରାଯିବ ବୋଲି ସରକାର ନିଷ୍ପତ୍ତି ନେଇଛନ୍ତି ।

ତଥାପି, ଏହି ଯୋଜନା ଏକ ବିକଳ୍ପ ଭାବରେ ରହିବ। ଆମର ଅଧିକାରୀମାନେ ଫୋନ କରିବେ ଏବଂ ବିତରଣ ସମୟ ମାଗିବେ । ସେହି ସମୟରେ ରାସନ ବିତରଣ କରାଯିବ। କେବଳ ଅଧିକାରୀମାନେ ଏହି କାର୍ୟ୍ୟ କରିବେ। ଆମ୍ ଆଦମୀ ପାର୍ଟି ମଧ୍ୟ ଏହି ଯୋଜନା ଦିଲ୍ଲୀରେ ଆରମ୍ଭ କରିଥିଲା। କିନ୍ତୁ କେନ୍ଦ୍ର ସରକାର ଏହା ଉପରେ ରୋକ୍ ଲଗାଇ ଦେଇଥିଲେ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts