ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ସିବିଆଇ ନିକଟରେ ଏତଲା ଦେଲା ଶ୍ରୀଜଗନ୍ନାଥ ସେନା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ବିରୋଧରେ ସିବିଆଇ ନିକଟରେ ଏତଲା ଦେଲା ଶ୍ରୀଜଗନ୍ନାଥ ସେନା । ପରିକ୍ରମା ପ୍ରକଳ୍ପକୁ ଶୀଘ୍ର ଶେଷ କରିବାକୁ ସେବାୟତମାନେ ହାଇକୋର୍ଟରେ ନିବେଦନ କରିଥିବା ବେଳେ ଏବେ ଶ୍ରୀ ଜଗନ୍ନାଥ ସେନା ଏହା ବିରୋଧରେ ସିବିଆଇରେ ଅଭିଯୋଗ କରିଛି । ଶ୍ରୀ ଜଗନ୍ନାଥ ସେନା ପୁରୀ ଜିଲ୍ଲାପାଳ, ଏଏସଆଇ, ଶ୍ରୀମନ୍ଦିର ପ୍ରଶାସନ, ଟାଟା ଏବଂ ଓବିସିସି ବିରୋଧରେ ସିବିଆଇରେ ଅଭିଯୋଗ କରିଛି । ଏନଏମଏର ଜାଲ୍ ଏନଓସି ଚିଠି ସର୍ବସମ୍ମୁଖରେ ପ୍ରଦର୍ଶିତ କରି ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ କାର୍ୟ୍ୟ ଜାରି ରଖିଥିବା ଶ୍ରୀଜଗନ୍ନାଥ ସେନା ଅଭିଯୋଗ କରିଛି । ତେବେ ସିବିଆଇ ମାମଲା ରୁଜୁ ନକରିଲେ, ଆରଟିଆଇ ଆଧାରରେ ମିଳିଥିବା ତଥ୍ୟ ଅନୁସାରେ ହାଇକୋର୍ଟରେ ମାମଲା ରୁଜୁ କରିବା ପାଇଁ ଚେତାବନୀ ଦେଇଛି ଶ୍ରୀଜଗନ୍ନାଥ ସେନା । ସେହିପରି ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ମଧ୍ୟ ଘଟଣାର ସିବିଅ୍ଧବ ତଦନ୍ତ ଦାବି କରିଥିଲେ ।

ସିବିଆଇ ନିଜଆଡୁ ମାମଲା ରୁଜୁ କରି ପ୍ରାଥମିକ ତଦନ୍ତ କରୁ ବୋଲି ବିଜୟ ମହାପାତ୍ର ଦାବି କରିଥିଲେ । ଅନ୍ୟପଟେ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଚାରିଆଡ଼ୁ ବିରୋଧ ହେବା ପରେ ଏହା ସପକ୍ଷରେ ବାହାରିଥିଲେ ବରିଷ୍ଠ ସେବାୟତ । ବିଶେଷକରି ପ୍ରକଳ୍ପ କାମକୁ ନେଇ ଶଙ୍କରାଚାର୍ୟ୍ୟଙ୍କ କ୍ଷୋଭ ପରେ ଶ୍ରୀମନ୍ଦିରର କିଛି ସେବାୟତ, ହାଇକୋର୍ଟରେ ଏକ ରିଟ୍ ପିଟିସନ ଦାଖଲ କରିଥିଲେ । ଶୀଘ୍ର ପ୍ରକଳ୍ପ କାମ ସଂପୂର୍ଣ୍ଣ କରିବା ପାଇଁ ରାଜ୍ୟ ସରକାର ଓ ଏଏସଆଇକୁ ନିର୍ଦ୍ଦେଶ ଦେବାକୁ ସେମାନେ ନିବେଦନ କରିଥିଲେ । କିଛି ମୁଷ୍ଟିମେୟ ବ୍ୟକ୍ତି ପ୍ରକଳ୍ପ କାମକୁ ବିଳମ୍ବ କରିବାକୁ ଚାହୁଁଛନ୍ତି ବୋଲି ଏହି ପିଟିସନରେ ଦର୍ଶାଇଥିଲେ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts