ବର୍ଷାଙ୍କ ଫେକ୍ ଫ୍ୟାନ କ୍ଲବ ପ୍ରତି ସମସ୍ତେ ରୁହନ୍ତୁ ସତର୍କ: ଅନୁଭବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଭିନେତା ତଥା ସାଂସଦ ଅନୁଭବ ଏବଂ ତାଙ୍କ ପତ୍ନୀଙ୍କ ମଧ୍ୟରେ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଜି ସୋସିଆଲ ମିଡିଆରେ ପୁଣି ବର୍ଷାଙ୍କୁ ଟାର୍ଗେଟ୍ କରିଛନ୍ତି ଅନୁଭବ । କହିଛନ୍ତି ବର୍ଷା ପ୍ରିୟଦର୍ଶିନୀଙ୍କ ଦ୍ୱାରା କିଛି ଫେକ୍ ଆକାଉଣ୍ଟ ଓ ଫ୍ୟାନ୍ ପେଜ୍ ଖୋଲାଯାଇ ତାହାର ଅପବ୍ୟବହାର କରାଯାଉଛି । ତାଙ୍କୁ ଓ ସତକୁ ସମର୍ଥନ କରୁଥିବା ଲୋକଙ୍କ ବିରୋଧରେ ଅପଶବ୍ଦ ବ୍ୟବହାର ହେଉଛି । ଏପରି ପୋଷ୍ଟରୁ ଦୂରେଇ ରହିବା ପାଇଁ ସେ ଅନୁରୋଧ କରିଛନ୍ତି । ଅନୁଭବ ଓ ବର୍ଷାଙ୍କ ମଧ୍ୟରେ ପାରିବାରିକ ବିବାଦ ଦିନକୁ ଦିନ ବଢିବାରେ ଲାଗିଛି ।

ବର୍ଷାଙ୍କ ବିରୋଧରେ ଅନୁଭବ ଭିଡିଓ ପୋଷ୍ଟ କରିବା ପରେ ସୋସିଆଲ ମିଡିଆରେ ଘୁରି ବୁଲୁଛି ବର୍ଷା ପ୍ରିୟଦର୍ଶିନୀଙ୍କୁ ସମର୍ଥନ କରି ବର୍ଷା ଫ୍ୟାନ୍ସ କ୍ଲବ ନାଁରେ ଏକାଧିକ ପୋଷ୍ଟ । ଯାହାକୁ ବର୍ଷା ନିଜେ ପରିଚାଳନା କରୁଥିବା ଅନୁଭବ ଅଭିଯୋଗ କରୁଛନ୍ତି । ସେପଟେ ବାରମ୍ବାର ଭିଡିଓ ପୋଷ୍ଟ କରିବା ପରେ ଅନୁଭବ ମହାନ୍ତି ଦ ରିୟଲ ହିରୋ ଅଫ୍ କେନ୍ଦ୍ରାପଡ଼ା ଫେସବୁକ ପେଜରେ ତାଙ୍କ ବିରୋଧରେ ଅପପ୍ରଚାର କରାଯାଉଥିବା ନେଇ ସାଇବର ଥାନାରେ ଅଭିଯୋଗ କରିଛନ୍ତି ଅଭିନେତ୍ରୀ ବର୍ଷା । ଯେଉଁଥିରେ କେହି ଜଣେ ଅଜଣା ବ୍ୟକ୍ତି ତାଙ୍କ ସମ୍ମାନହାନୀ କରୁଥିବା ସେ ଦର୍ଶାଇଛନ୍ତି । ଏହା ପରେ ବି ବର୍ଷାଙ୍କୁ ସୋସିଆଲ ମିଡିଆରେ ଆକ୍ରମଣ ଜାରି ରଖିଛନ୍ତି ଅନୁଭବ । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts