ଏସଟି ତାଲିକାରେ ଓଡ଼ିଶାର ବିଭିନ୍ନ ସମ୍ପ୍ରଦାୟଙ୍କୁ ସାମିଲ କରାଯାଉ: ଭର୍ତ୍ତୃହରୀ ମହତାବ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏସଟି ତାଲିକାରେ ଓଡ଼ିଶାର ବିଭିନ୍ନ ସମ୍ପ୍ରଦାୟଙ୍କୁ ସାମିଲ କରାଯାଉ । ତେବେ ଲୋକସଭାରେ ସମ୍ବିଧାନ ନିର୍ଦ୍ଦେଶନାମା ବିଲ, ୨୦୨୨ ଆଲୋଚନାରେ ଅଂଶଗ୍ରହଣ କରି ବିଜେଡି ଏମପି ଭତ୍ତୃହରୀ ମହତାବ ଏପରି ବୟାନ ଦେଇଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟର ରାଜନୀତି ସରଗରମ ହୋଇ ଉଠିଛି । ସେପଟେ ଅନୁସୂଚିତ ଜନଜାତି ତାଲିକାରେ ବିଭିନ୍ନ ସମ୍ପ୍ରଦାୟଙ୍କୁ ସାମିଲ କରିବା ପାଇଁ ୧୯୭୮ ମସିହାରୁ କେନ୍ଦ୍ର ସରକାରଙ୍କ ପାଖକୁ ୧୬୯ ପ୍ରସ୍ତାବ ପଠାଯାଇଛି । ୧୪୯ ପ୍ରସ୍ତାବ ବର୍ତ୍ତମାନ ମଧ୍ୟ ବିଚରାଧୀନ ରହିଛି ।

ଝୋଡ଼ିଆ, ଦୁରୁଅର ଏବଂ ଦୋରା ସମ୍ପ୍ରଦାୟକୁ ଏସଟି ତାଲିକାରେ ସାମିଲ କରିବା ଲାଗି କଂଗ୍ରେସ ଏମପି ସପ୍ତଗିରି ଉଲାକା ଦାବି କରିଥିଲେ । ସେହିପରି ସମ୍ପିଧାନର ଅଷ୍ଟମ ଅନୁଚ୍ଛେଦରେ ସଉରା ଭାଷାକୁ ସାମିଲ କରିବା ନିମନ୍ତେ ସେ ଅନୁରୋଧ କରିଥିଲେ । ଏଥି ସହିତ ଆଦିବାସୀଙ୍କ ପାଇଁ ବିସ୍ଥାପନ ଓ ପୁନର୍ବାସ ନୀତିର ପୁନର୍ବିଚାର ଲାଗି ସେ ସରକାରଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts