ତାଲିବାନର ନୂଆ ଆଦେଶ; ସରକାରୀ କର୍ମଚାରୀଙ୍କ ପାଇଁ ଲମ୍ବା ଦାଢ଼ି ରଖିବା ଏବଂ ଡ୍ରେସ କୋଡ ବାଧ୍ୟତାମୂଳକ, ନିୟମ ଭାଙ୍ଗିଲେ ଯିବ ଚାକିରି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ମହିଳାଙ୍କ ସ୍ୱାଧୀନତା ଉପରେ କଠୋର ପ୍ରତିବନ୍ଧକ ଲଗାଇବା ପାଇଁ ଜଣାଶୁଣା ତାଲିବାନ ବର୍ତ୍ତମାନ ଆଫଗାନିସ୍ତାନରେ ପୁରୁଷଙ୍କ ଉପରେ ଅନେକ ପ୍ରତିବନ୍ଧକ ଲଗାଉଛି। ସମ୍ପ୍ରତି ତାଲିବାନ ଶାସନ ପୁରୁଷଙ୍କ ପାଇଁ ଏକ ନିର୍ଦ୍ଦେଶ ଜାରି କରିଛି ଯେଉଁଥିରେ ସରକାରୀ କର୍ମଚାରୀଙ୍କୁ ଦାଢ଼ି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି। ଏହା ବ୍ୟତୀତ ସେମାନଙ୍କୁ ଡ୍ରେସ କୋଡରେ ଆସିବାକୁ ମଧ୍ୟ କୁହାଯାଇଛି। ଏ ଖବର ସାମ୍ନାକୁ ଆସିବା ପରେ ଏହା ସାରା ବିଶ୍ୱରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛି । ସେପଟେ ସମସ୍ତ ସରକାରୀ କର୍ମଚାରୀଙ୍କୁ କୁହାଯାଇଛି ଯେ ବର୍ତ୍ତମାନ ସରକାରୀ ବିଭାଗରେ କାର୍ଯ୍ୟ କରୁଥିବା ପ୍ରତ୍ୟେକ ବ୍ୟକ୍ତିଙ୍କୁ ଦାଢ଼ି ରଖିବାକୁ ପଡ଼ିବ। ଯେଉଁମାନେ ଦାଢ଼ି ବିନା ଅଫିସକୁ ଆସନ୍ତି ସେମାନଙ୍କୁ ବହିଷ୍କାର କରାଯିବ । ଏହି କର୍ମଚାରୀମାନଙ୍କୁ ଡ୍ରେସ୍ କୋଡ୍ ଅନୁସରଣ କରିବାକୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି।

ସେମାନଙ୍କୁ କୁହାଯାଇଛି ଯେ ଅଫିସକୁ ଆସିବା ପାଇଁ ବର୍ତ୍ତମାନ ଲମ୍ବା ଖାଲି ଟ୍ରାଉଜର ଏବଂ ପଗଡି ସହିତ ସ୍ଥାନୀୟ ପୋଷାକ ପିନ୍ଧନ୍ତୁ । ଏହି ମାମଲାରେ ସାର୍ବଜିନନ ନୈତିକତା ମନ୍ତ୍ରଣାଳୟ କିଛି କହିବାକୁ ବାରଣ କରିଛନ୍ତି । ଗତ ସପ୍ତାହରେ ତାଲିବାନ ମହିଳାମାନଙ୍କୁ ପୁରୁଷଙ୍କ ବିନା ବିମାନରେ ଯାତ୍ରା କରିବାକୁ ବାରଣ କରିଥିଲା । ରବିବାର ଦିନ ତାଲିବାନ ଲିଙ୍ଗ ଆଧାରରେ ବଗିଚାରେ ପ୍ରବେଶ ସମ୍ପର୍କରେ ନିୟମ ଜାରି କରିଛି । ଏହି ଅଧୀନରେ ମହିଳାମାନେ ସପ୍ତାହରେ ତିନି ଦିନ ଏବଂ ଅନ୍ୟ ଚାରି ଦିନରେ ପୁରୁଷମାନେ ପାର୍କକୁ ଯାଇପାରିବେ । ବିଶେଷ କଥା ହେଉଛି ଦମ୍ପତି ଏବଂ ପରିବାରଙ୍କୁ ମଧ୍ୟ ପାର୍କକୁ ଯିବାକୁ ଅନୁମତି ନାହିଁ । ଏଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏହା ଚର୍ଚ୍ଚାର କେନ୍ଦ୍ର ବିନ୍ଦୁ ପାଲଟିଛି ।

Related Posts