୪୯୩.୬୨ କୋଟିର ୬ଟି ପ୍ରକଳ୍ପକୁ ଅନୁମୋଦନ ଦେଲେ ରାଜ୍ୟ ସରକାର; ନିଯୁକ୍ତି ପାଇବେ ୧,୩୧୭ ଜଣ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ରାଜ୍ୟର ବିଭିନ୍ନ ଅଞ୍ଚଳରେ ନିଯୁକ୍ତି ସୁଯୋଗ ସୃଷ୍ଟି କରିବା ସହ ଆର୍ଥିକ କାର୍ଯ୍ୟକଳାପ ବୃଦ୍ଧି ଳକ୍ଷ୍ୟରେ ୪୯୩.୬୨ କୋଟି ଟଙ୍କାର ୬ଟି ନୂତନ ପୁଞ୍ଜିନିବେଶ ପ୍ରକଳ୍ପକୁ ଅନୁମୋଦନ ଦିଆଯାଇଛି । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ରାଜ୍ୟ ସ୍ୱିଙ୍ଗଲ ୱିଣ୍ଡୋ କମିଟି ବୈଠକରେ ଏହାକୁ ଅନୁମୋଦନ ମିଳିଛି । ଏହିସବୁ ପ୍ରକଳ୍ପ କାର୍ଯ୍ୟକ୍ଷମ ହେଲେ ୧,୩୧୭ ଜଣଙ୍କୁ ନିଯୁକ୍ତ ସୁଯୋଗ ମିଳିପାରିବ । ଏହା ସହ ଚିଲିକା ମାଷ୍ଟରପ୍ଲାନ ପ୍ରସ୍ତୁତି ପାଇଁ ମୁଖ୍ୟ ଶାସନ ସଚିବ ପର୍ଯ୍ୟଟନ ବିଭିଗକୁ ନିର୍ଦ୍ଦେଶ ଦେଇଛନ୍ତି । ସେପଟେ ଜଟିଆ ଷ୍ଟିଲ ଲିମିଟେଡ କଳିଙ୍ଗ ନଗରସ୍ଥିତ ଷ୍ଟିଲ ଡାଉନଷ୍ଟ୍ରିମ ଏବଂ ଏମଟି ଓୟାର ରଡ ମିଲ ପାଇଁ ୧୨୫ କୋଟି ଟଙ୍କା ପୁଞ୍ଜି ନିବେଶ କରିବ । ଏଥିରେ ୧୫୦ ଜଣକୁ ନିଯୁକ୍ତ ସୁଯୋଗ ମିଳିପାରିବ । ସେହିପରି ସରଙ୍ଗୀ ମେଟାଲ ୱାର୍କର୍ସ ଇଣ୍ଟରନ୍ୟାସନାଲ କଳିଙ୍ଗନଗରଠାରେ ୬୫.୩୭ କୋଟି ପୁଞ୍ଜିନିବେଶରେ ଷ୍ଟିଲ ଡାଉନଷ୍ଟ୍ରିମ, ୟୁନିଟଡ୍ରାଇଭ ଲାଇନ ଟର୍କ୍ୟୁ ଟ୍ୟୁବ ଏବଂ ହଟ ଡିପ ଗାଲାନାଇଜଡ ଷ୍ଟିଲ ପଦାର୍ଥ ନିର୍ମାଣ କରିବ ।

ଏଥିରେ ୫୬୮ ଜଣଙ୍କୁ ନିଯୁକ୍ତି ମକ୍ଟମକ୍ଟବ ଜେ.ଆର, ଏସ ଭେଞ୍ଚର ୧୨୧ କୋଟି ଟଙ୍କା ବ୍ୟୟରେ ସୋନପୁର ଜିଲ୍ଲାରେ ଇଥାନଲ ପ୍ଲାଣ୍ଟ ଏବଂ କୋ-ଜେନେରେଶନ ପାୱାର ୟୁନିଟ ସ୍ଥାପନ କରିବ । ଏଥିରେ ୧୪୪ ଜଣଙ୍କୁ ନିଯୁକ୍ତି ମିଳିପାରିବ । ଏସଏନଏମ ହୋଟେଲ ଏବଂ ରିସର୍ଟସ ପ୍ରାଇଭେଟ ଲିମିଟେଡ ଗଞ୍ଜାମ ଜିଲ୍ଲାରେ ୮୦.୨୫ କୋଟି ପୁଞ୍ଜି ନିବେଶରେ ହୋଟେଲ ଏବଂ ରିସର୍ଟ ନିର୍ମାଣ କରିବ । ଏଥିରେ ୧୮୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ । ଏସଏନଏମ ହୋଟେଲ ଏବଂ ରିସର୍ଟସ ନିର୍ମାଣ କରିବ । ଏଥିରେ ୧୮୫ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିବ । ସେହିପରି ଡାନିଏଲ କୋରସ ରିଫ୍ରାକ୍ଟୋରି ସଲ୍ୟୁଶନ ଖୋର୍ଦ୍ଧା ଜିଲ୍ଲାରେ ୫୧ କୋଟି ଟଙ୍କା ପୁଞ୍ଜିନିବେଶ କରି କାର୍ବନ ଗ୍ରାଫାଇଟ ବ୍ଲକ କଟିଂ ମେଶିନ ପ୍ରକଳ୍ପ କରବ । ଏଥିରେ ୧୫୦ଜଣଙ୍କୁ ଆର୍ଶିବାଦ ପାଇପସ ପ୍ରାଲିମିଟେଡ କଟକ ଜିଲ୍ଲାରେ ୫୧ କୋଟି ପୁଞ୍ଜିନିବେଶରେ ଏଚଡିପିଇ ଏବଂ ପିଭିସି ମାନୁଫ୍ୟାକ୍ଟରିଂ ୟୁନିଟ ସ୍ଥାପନ କରିବ । ଯେଉଁଠି ୧୫୦ ଜଣଙ୍କୁ ନିଯୁକ୍ତି ସୁଯୋଗ ମିଳିପାରିବ ।

Related Posts