ଉତ୍ତରପ୍ରଦେଶରେ ମର୍ମନ୍ତୁଦ ଦୁର୍ଘଟଣା: ଇଲେକ୍ଟ୍ରି ଖୁଣ୍ଟରେ ପିଟି ହେଲା କାର, ୭ ମୃତ

ଲକ୍ଷ୍ନୌ: ଉତ୍ତରପ୍ରଦେଶ ରମପୁର ଆଜିମ୍ ନଗର ଥାନା ଅଞ୍ଚଳରେ ଘଟିଛି ଏକ ବଡ ମର୍ମନ୍ତୁଦ ଦୁର୍ଘଟଣା ।ଇଲେକ୍ଟ୍ରି ଖୁଣ୍ଟରେ କାର ପିଟି ହେବା ଫଳରେ ଚାଲିଯାଇଛି 7 ଜଣଙ୍କର ଜୀବନ | ଏଥିସହ 2ଜଣ ଗୁରୁତର ଆହତ ହୋଇଛନ୍ତି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

ସୂଚନା ଅନୁସାରେ ମୋରଦାବାଦ ଜିଲ୍ଲା (Moradabad district)ର ଏକ ପରିବାର ବିବାହ କାର୍ଯ୍ୟରେ ଯୋଗ ଦେବା ପାଇଁ ଏକ କାରରେ ରାମପୁରକୁ ଆସୁଥିଲେ । ହେଲେ ଗାଡିଟି ଦ୍ରୃତ ଗତିରେ ଆସୁଥିବାରୁ ନିୟନ୍ତ୍ରଣ ହରାଇ ଏକ ଇଲେକ୍ଟ୍ରି ଖୁଣ୍ଟରେ ପିଟି ହୋଇ ପରେ ଏକ ଗଛରେ ମାଡ ହୋଇଥିଲା । ଫଳରେ ଘଟଣାସ୍ଥଳରେ ୬ ଜଣଙ୍କର ମୃତ୍ୟୁ ହୋଇଥିଲା ବେଳେ ୩ ଜଣ ଗୁରୁତର ଆହତ ମଧ୍ୟ ହୋଇଥିଲେ ।

ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା । ହେଲେ ସେଠାରେ ଚିକିତ୍ସାଧିନ ଅବସ୍ଥାରେ ଜଣଙ୍କର ମୃତ୍ୟୁ ହୋଇଛି । ତେବେ, କାର ଭିତରେ ଥିବା ୨ ଜଣ ଶିଶୁ ପୁରା ସୁରକ୍ଷିତ ଥିବା ପୋଲିସ କହିଛି ।

ଏସପି ଅଶୋକ କୁମାର ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ୧୧ ଜଣ ବ୍ୟକ୍ତି କାର ଭିତରେ ଥିଲେ ବୋଲି ସେ କହିଛନ୍ତି । ମୃତଦେହ ଗୁଡିକୁ ବ୍ୟବଚ୍ଛେଦ ପାଇଁ ପଠାଯାଇଛି ।

ଏହି ଦୁର୍ଘଟଣା ଖବର କୁ ନେଇ ସ୍ଥାନୀୟ ଅଂଚଳରେ ଶୋକର ଛାୟା ଖେଳି ଯାଇଛି |

Related Posts