ଭିଜିଲାନ୍ସ ଦ୍ୱାରା ଗିରଫ ହେଲେ ସବ ଇନିସ୍ପେକ୍ଟର

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ପୁଲିସ ସବ୍‌ ଇନ୍ସପେକ୍ଟର କଳାହାଣ୍ଡି ଜିଲ୍ଲା ଗୋଳାମୁଣ୍ଡା ଥାନା ସବ୍ ଇନ୍ସପେକ୍ଟର୍ ଉଗ୍ରସେନ ପଟେଲ। ସବ୍ ଇନ୍ସପେକ୍ଟର୍ ପଟେଲ ବାଇକ୍ ରେ ୨ ଲକ୍ଷ ଟଙ୍କା ଚାଲାଣ କରୁଥିବା ବେଳେ ଭିଜିଲାନ୍ସ ଭିଜିଲାନ୍ସ ଟିମ୍‌ ଚଢାଉ କରିଥିଲା। ଜବତ ଟଙ୍କା କେଉଁଠୁ ଆଣିଲ ବୋଲି ଭିଜିଲାନ୍ସ ଟିମ୍‌ର ସଦସ୍ୟମାନେ ପଚାରିଥିଲେ ? ମାତ୍ର ଶ୍ରୀ ପଟେଲ୍‌ ସଠିକ୍‌ ଉତ୍ତର ଦେଇପାରିନଥିବାରୁ ତାଙ୍କୁ ଗିରଫ କରାଯାଇଛି।

 ନବରଙ୍ଗପୁର ଭିଜିଲାନ୍ସ ଇନ୍ସପେକ୍ଟର କଳାବତୀ ବାଗଙ୍କ ନେତୃତ୍ବରେ ଅଜିତ୍ ପାଢୀ, ମାଳକାନଗିରୀ ଡିଏସପି ଶୁସାନ୍ତ କୁମାର ବିଶ୍ବାଳ, ନୂଆପଡା ଭିଜିଲାନ୍ସ୍ ଇନ୍ସପେକ୍ଟର ଦୀନବନ୍ଧୁ ବେହେରା , କଳାହାଣ୍ଡି ଜିଲା ଡିଏସପି ସତ୍ୟବାନ ମହାନନ୍ଦ, ପ୍ରମିଳା ସୁନାନୀ ପ୍ରମୁଖ ଏହି ଚଢଉ ଟିମ୍ ରେ ସାମିଲ୍ ଥିଲେ। ଦୁଇ ଦୁଇ ଲକ୍ଷ ଟଙ୍କା ଚାଲାଣ କରିବା ଘଟଣା ବିଷୟ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି।।

Related Posts