ବିଳମ୍ବରେ ଅପିଲ୍ କରିବାରୁ ସିବିଆଇକୁ ସୁପ୍ରିମକୋର୍ଟଙ୍କ ତାଗିଦ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ବିଳମ୍ବରେ ଅପିଲ୍ କରିବାରୁ ସିବିଆଇକୁ ତାଗିଦ୍ କରିଛନ୍ତି ସର୍ବୋଚ୍ଚ ନ୍ୟାୟାଳୟ। ଭବିଷ୍ୟତରେ ଅପିଲ ଦାଖଲ କରିବା ସମୟରେ ତଥା ଆଇନର ଅନ୍ୟାନ୍ୟ ପଦକ୍ଷେପ ନେବାକୁ ଯେପରି ବିଳମ୍ବ ନହୁଏ ସେଥିପାଇଁ ସୁପ୍ରିମକୋର୍ଟ ଶୁକ୍ରବାର ଦିନ ସିବିଆଇକୁ ଆବଶ୍ୟକ ପଦକ୍ଷେପ ନେବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି।  ଅଧିକାରୀଙ୍କ ଦ୍ୱାରା ନିର୍ଦ୍ଧାରିତ ସମୟ ମଧ୍ୟରେ ଅବେଦନ କରିବାରେ ବିଳମ୍ବ ହେଉଥିବା କାରଣରୁ ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। ବିଳମ୍ବରେ ଅପିଲ୍ ହେଉଥିବା କାରଣରୁ ଗୁରୁତର ସନ୍ଦେହ ସୃଷ୍ଟି ହେଉଛି ବୋଲି କୋର୍ଟ କହିଛନ୍ତି।

 ଆଇସିଟି ପ୍ଲାଟଫର୍ମରେ ଆବେଦନ ଏବଂ ଆଇନର ଅନ୍ୟାନ୍ୟ ପଦକ୍ଷେପ ଉପରେ ନଜର ରଖାଯିବା ପାଇଁ ସିବିଆଇ ନିର୍ଦ୍ଦେଶକଙ୍କ ଆବଶ୍ୟକ ପ୍ରଶାସନିକ ପଦକ୍ଷେପ ଗ୍ରହଣ କରିବାକୁ କୋର୍ଟ ଗୁରୁତ୍ୱାରୋପ କରିଛନ୍ତି। ଛତିଶଗଡ ହାଇକୋର୍ଟର ଜୁନ୍ 26, 2019 ରାୟ ବିରୋଧରେ କେନ୍ଦ୍ର ଦ୍ବାରା ଦାଖଲ ହୋଇଥିବା SLP ଉପରେ ଶୁଣାଣି କରି ସୁପ୍ରିମକୋର୍ଟ ଏହି ନିର୍ଦ୍ଦେଶ ଦେଇଛନ୍ତି। 

 ହାଇକୋର୍ଟଙ୍କ ଏହି ନିଷ୍ପତ୍ତି ନଭେମ୍ବର 2012 ର ରାୟପୁର, ସିବିଆଇର ରାୟକୁ ରଦ୍ଦ କରିଦେଇଛି ଯେଉଁଥିରେ ଆଇପିସିର 468 ଧାରା ଏବଂ ଦୁର୍ନୀତି ନିବାରଣ ଆଇନର ଧାରା 13, 120 ବି, 420, 471 ଆର ଅନୁଯାୟୀ ସ୍ୱତନ୍ତ୍ର ଜଜ୍ ଅଭିଯୁକ୍ତମାନଙ୍କୁ ଦୋଷୀ ସାବ୍ୟସ୍ତ କରିଛନ୍ତି। ।  ସିବିଆଇ କୋର୍ଟର ଏହି ରାୟକୁ ଖାରଜ କରି ହାଇକୋର୍ଟ ଅଭିଯୁକ୍ତମାନଙ୍କୁ ନିର୍ଦ୍ଦୋଷରେ ଖଲାସ କରିଛନ୍ତି।

  ଏହା ପରେ ସିବିଆଇ 675 ଦିନ ବିଳମ୍ବ ସହ ସୁପ୍ରିମକୋର୍ଟରେ ଏକ ଆବେଦନ କରିଥିଲା। ଅଦାଲତ କହିଛନ୍ତି ଯେ ଯେତେବେଳେ ନିର୍ଦ୍ଦୋଷରେ ଖଲାସ ହୋଇଥିବା ବ୍ୟକ୍ତିଙ୍କ ବିରୋଧରେ ଏକ ଆବେଦନ କରାଯାଇଥିଲା, ବିଳମ୍ବ ହେବାର କାରଣ କ’ଣ ତାହା ଦେଖିବାକୁ ପଡ଼ିବ।  ଏଥିସହ, ଏହି ବିଳମ୍ବକୁ ସମାଲୋଚନା କରାଯାଇପାରିବ କି ନାହିଁ, ଏହା ମଧ୍ୟ ଦେଖାଯିବ ବୋଲି ସର୍ବୋଚ୍ଚ ନ୍ୟାୟାଳୟ କହିଛନ୍ତି। 

Related Posts