ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଅଲ୍ଟ ନ୍ୟୁଜ୍ ସହ ପ୍ରତିଷ୍ଠାତା ମହମ୍ମଦ ଜୁବେରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ଼ ଆଶ୍ୱସ୍ତି। କୋର୍ଟ ତାଙ୍କର ମଧ୍ୟବର୍ତ୍ତୀକାଳୀନ ଜାମିନ ଆବେଦନକୁ ଗ୍ରହଣ କରିଛନ୍ତି। ଏହା ସହ ତାଙ୍କ ନାଁରେ ଉତ୍ତର ପ୍ରଦେଶ ଥିବା ସମସ୍ତ ୬ ଟି ମାମଲାରୁ ଜାମିନ ଦେଇଛନ୍ତି କୋର୍ଟ।ପୂର୍ବରୁ ସୁପ୍ରିମକୋର୍ଟ ମହମ୍ମଦ ଜୁବେରଙ୍କ ବିରୋଧରେ ଜୁଲାଇ ୨୦ ଯାଏ ଉତ୍ତର ପ୍ରଦେଶ ପୁଲିସ କୌଣସି ଆକ୍ସନ ନେଇ ପାରିବ ନାହିଁ ବୋଲି ରାୟ ଶୁଣାଇଥିଲେ।

ସୂଚନା ଅନୁସାରେ ଅଲ୍ଟ ନ୍ୟୁଜ୍‌ ସହ ପ୍ରତିଷ୍ଠାତା ମହମ୍ମଦ ଜୁବେର ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଭଳି ୨୦୧୮ରେ ଏକ ଟ୍ବିଟ କରି ଗିରଫ ହୋଇଥିଲେ। ତାଙ୍କ ଟ୍ୱିଟ୍‌କୁ ନେଇ ଜଣେ ୟୁଜର ବିରୋଧ କରିବା ପରେ ଜୁନ ୨୭ ତାରିଖରେ ତାଙ୍କୁ ଗିରଫ କରିଥିଲା ଦିଲ୍ଲୀ ପୁଲିସ୍। ଧର୍ମୀୟ ଭାବନାକୁ ଆଘାତ ପହଞ୍ଚାଇବା ଅଭିଯୋଗରେ ମହମ୍ମଦ ଜୁବେରଙ୍କୁ ଗିରଫ କରାଯାଇଥିଲା।