ଦୀର୍ଘ ୩୧ ବର୍ଷ ଜେଲରେ ରହିବା ପରେ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀ ପେରାରିଭାଲାନଙ୍କୁ ମୁକ୍ତ କରିବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଦୀର୍ଘ ୩୧ ବର୍ଷ ଜେଲରେ ରହିବା ପରେ ରାଜୀବ ଗାନ୍ଧୀଙ୍କ ହତ୍ୟାକାଣ୍ଡର ଦୋଷୀ ପେରାରିଭାଲାନଙ୍କୁ ମୁକ୍ତି କରିବାକୁ ନିର୍ଦ୍ଦୋଶ ଦେଲେ ସୁପ୍ରିମକୋର୍ଟ । ସେପଟେ ଏନେଇ ପେରାରିଭାଲାନ କହିଛନ୍ତି ଯେ ତାମିଲନାଡ଼ୁ ସରକାର ତାଙ୍କୁ ମୁକ୍ତ କରିବାକୁ ନିଷ୍ପତ୍ତି ନେଇଛନ୍ତି । କିନ୍ତୁ ରାଜ୍ୟପାଳ ଏହି ଫାଇଲକୁ ଦୀର୍ଘ ସମୟ ଧରି ରଖିବା ପରେ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଛନ୍ତି । ଏହା ସମ୍ବିଧାନର ବିରୋଧୀ । ମେ’ ୧୧ରେ ଅନୁଷ୍ଠିତ ହୋଇଥିବା ଶୁଣାଣିରେ ତାମିଲନାଡ଼ୁ ରାଜ୍ୟପାଳଙ୍କ ପେରାରିଭାଲାନଙ୍କ ଦୟା ଆବେଦନକୁ ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ନେଇ କେନ୍ଦ୍ର ପକ୍ଷରୁ କୌଣସି ପଦକ୍ଷେପ ଗ୍ରହଣ କରାଯାଇନଥିଲା । ଅନ୍ୟପଟେ ଅତିରିକ୍ତ ସୋଲିସିଟର ଜେନେରାଲ କେ.ଏମ ନଟରଜା ସୁପ୍ରିମକୋର୍ଟର ବିଚାରପତି ଏଲ ନାଗେଶ୍ୱରା ରାଓ, ଜଷ୍ଟିସ ବି.ଆର. ଗୱଇ ଏବଂ ଏ.ଏସ. ବୋପନ୍ନାଙ୍କ ନେତୃତ୍ୱରେ ଖଣ୍ଡପୀଠ ଏହା ଉପର କେନ୍ଦ୍ରକୁ ପ୍ରଶ୍ନ କରିଥିଲେ ଯେ କେନ୍ଦ୍ରୀୟ ଆଇନ ଅନ୍ତର୍ଗତ ଦୋଷୀ ସାବସ୍ତ୍ୟ ହୋଇଥିବା ବ୍ୟକ୍ତିଙ୍କ ଦଣ୍ଡ କୋହଳ, କ୍ଷମା ଏବଂ ଦୟା ଆବେଦନର ନିଷ୍ପତ୍ତି କେବଳ ରାଷ୍ଟ୍ରପତି ହିଁ ନେଇ ପାରିବେ ।

ସୁପ୍ରିମକୋର୍ଟ ଏହା ମଧ୍ୟ କହିଛନ୍ତି ଯେ ଯଦି ପେରାରିଭାଲାନ ପ୍ରସଙ୍ଗରେ ରାଜ୍ୟ ମନ୍ତ୍ରୀମଣ୍ଡଳର ସୁପାରିଶକୁ ଗ୍ରହଣ କରିବାକୁ ରାଜ୍ୟପାଳ ପ୍ରସ୍ତୁତ ନୁହଁନ୍ତି । ତେବେ ସେ ପୁନର୍ବିଚାର ପାଇଁ ଫାଇଲକୁ କ୍ୟାବିନେଟକୁ ପଠାଇଥାନ୍ତେ । ହତ୍ୟା ସମୟରେ ପେରାରିଭାଲାନଙ୍କୁ ୧୯ ବର୍ଷ ହୋଇଥିଲା ସେ ୩୧ ବର୍ଷ ଜେଲରେ ଅଛନ୍ତି ବୋଲି ଖଣ୍ଡପୀଠ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts