ଜେଲରୁ ମୁକୁଳିବେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ଏ.ଜି. ପେରାରିଭାଲନ

ନୂଆଦିଲ୍ଲୀ : ଜେଲରୁ ବାହାରକୁ ଆସିବେ ଏ.ଜି. ପେରାରିଭାଲନ | ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କ ହତ୍ୟାକାରୀ ହେଉଛନ୍ତି ଏ.ଜି. ପେରାରିଭାଲନ । ପେରାରିଭାଲନଙ୍କୁ ମୁକ୍ତ କରିବା ପାଇଁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ।

ରାଜୀବ ଗାନ୍ଧୀଙ୍କ ହତ୍ୟା ମାମଲାରେ ପେରାରିଭାଲନ ପୂର୍ବରୁ ଦୋଷୀ ସାବ୍ୟସ୍ତ ହେବା ସହିତ ଆଜୀବନ କାରାଦଣ୍ଡ ଭୋଗୁଛନ୍ତି । ପେରାରିଭାଲନ ପୂର୍ବରୁ ଦେଇଥିବା ଦୟା ଯାଚିକା ବିଚାର କରିବା ପାଇଁ ତାମିଲନାଡୁ ସରକାର ଅଧିକ ସମୟ ନେଇଛନ୍ତି ବୋଲି ସୁପ୍ରିମକୋର୍ଟ କହିଛନ୍ତି । ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ ଏଲ. ନାଗେଶ୍ବର ରାଓ ଧାରା ୧୪୨ ପ୍ରୟୋଗ କରି ପେରାରିଭାଲନଙ୍କୁ ମୁକ୍ତ କରିବା ପାଇଁ ନିର୍ଦ୍ଦେଶ ଦେଇଛନ୍ତି ।

ପେରାରିଭାଲନ ବର୍ତ୍ତମାନ ସୁଦ୍ଧା ୩୦ ବର୍ଷରୁ ଅଧିକ ହେଲାଣି ଜେଲରେ କାଟି ସାରିଲେଣି। ୧୯୯୧ ମସିହା ମେ’ ୨୧ରେ ତାମିଲନାଡୁର ଶ୍ରୀପେରୁମ୍ବୁଦୁରୁରେ ପୂର୍ବତନ ପ୍ରଧାନମନ୍ତ୍ରୀ ରାଜୀବ ଗାନ୍ଧୀଙ୍କୁ ଆତ୍ମଘାତୀ ବିସ୍ଫୋରଣରେ ହତ୍ୟା କରାଯାଇଥିଲା । ଯେଉଁଥିରେ ଏ.ଜି. ପେରାରିଭାଲନ ଦୋଷୀ ସାବ୍ୟସ୍ତ ହୋଇଥିଲେ | ସେବେଠୁ ସେ ଜେଲ ରେ ଅଛନ୍ତି |

Related Posts