କୋର୍ଟଙ୍କୁ ତଥ୍ୟ ଲୁଚାଇବା ବିଜୟ ମାଲ୍ୟାଙ୍କୁ ପଡ଼ିଲା ମହଙ୍ଗା ୪ସପ୍ତାହ ରେ ୪୦ ମିଲିୟନ ଡଲାର ଫେରାଇବାକୁ ନିର୍ଦ୍ଦେଶ ଦେଲେ ସୁପ୍ରିମକୋର୍ଟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ): ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ନେତୃତ୍ୱାଧୀନ କନ୍ସୋର୍ଟିୟମ୍ ଦ୍ଵାରା ବିଜୟ ମାଲ୍ଯା ଙ୍କ ବିରୁଦ୍ଧରେ ଦାଖଲ ହୋଇଥିବା ଏକ ମାମଲା ର ଶୁଣାଣି ସୁପ୍ରିମକୋର୍ଟ ଆଜି କରିଛନ୍ତି। ଅଭିଯୋଗ ଅନୁସାରେ ମାଲ୍ୟା କୋର୍ଟ ଆଦେଶର ଉଲ୍ଲଂଘନ କରି ୨୦୧୭ ରେ ତାଙ୍କ ପିଲାମାନଙ୍କୁ ୪୦ ମିଲିୟନ୍ ଡଲାର୍ ହସ୍ତାନ୍ତର କରିଥିଲେ।ଏହି ମାମଲା ରେ ସେ ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ମାନ୍ୟବର କୋର୍ଟ ଦଣ୍ଡାଦେଶ ଶୁଣାଇବା ସହିତ ମାଲ୍ୟାଙ୍କୁ ଆସନ୍ତା ଚାରି ସପ୍ତାହ ମଧ୍ୟରେ ସୁଧ ସହିତ ୪୦ ମିଲିୟନ୍ ଡଲାର ଫେରସ୍ତ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି।ଏହି ମାମଲାରେ ମାଲ୍ୟା କୋର୍ଟ ଙ୍କୁ ତଥ୍ୟ ଲୁଚାଇ ରଖିଥିବା ଅଭିଯୋଗ ସତ ପ୍ରମାଣିତ ହୋଇଛି। ଅଦାଲତ କହିଛନ୍ତି ଯେ ଆଇନର ଗୌରବ ରକ୍ଷା କରିବା ପାଇଁ ତାଙ୍କ ଉପରେ ପର୍ଯ୍ୟାପ୍ତ ଦଣ୍ଡବିଧାନ କରାଯିବା ଉଚିତ ।କୋର୍ଟ ମାଲ୍ୟାଙ୍କୁ ଆଠ ପ୍ରତିଶତ ସୁଧ ସହିତ ୪୦ ମିଲିୟନ ଡଲାର ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି।

କୋର୍ଟ ଏହି ଦଣ୍ଡ ଘୋଷଣା କରିବାବେଳେ କହିଛନ୍ତି ଯେ ମାଲ୍ୟାଙ୍କ ଆଚରଣ ପାଇଁ କୌଣସି ଅନୁତାପ ନାହିଁ । ସେ ଶୁଣାଣି ସମୟରେ କେବେ କୋର୍ଟରେ ହାଜର ହୋଇନାହାଁନ୍ତି। ତେବେ କୋର୍ଟ ଅବମାନନା ମାମଲା ରେ ମଧ୍ୟ ପଳାତକ ବିଜୟ ମାଲ୍ୟା ଙ୍କୁ ସୁପ୍ରିମ କୋର୍ଟ ୨୦୦୦ ଟଙ୍କା ଜୋରିମାନା କରିବା ସହ ୪ମାସ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି।

Related Posts