ପୁଣି ଆଉ ୩ ମାସ ବଢ଼ିଲା ଏମସ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ପୁଣି ଆଉ ୩ ମାସ ବଢ଼ିଲା ଏମସ୍ ନିର୍ଦ୍ଦେଶକଙ୍କ କାର୍ଯ୍ୟକାଳ । ତେବେ ଏମସ୍ ର୍ଦ୍ଦେଶକ ଡା. ରଣଦୀପ ଗୁଲେରିଆଙ୍କ କାର୍ୟ୍ୟକାଳ ଗୁରୁବାର ଆଉ ୩ ମାସ ସମ୍ପ୍ରସାରିତ ହୋଇଛି। ଏମସ୍ ନିର୍ଦ୍ଦେଶକ ପଦବୀ ଲାଗି ପ୍ରଧାନମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଗଠିତ ମନ୍ତ୍ରୀମଣ୍ଡଳ ନିଯୁକ୍ତି କମିଟି (ପିସିସି) ଜୁନ ୨୦ ତାରିଖ ଦିନ ନାମର ଏକ ବ୍ୟାପକ ପାନେଲ ଦାବି କରିବା ପରେ ଏହି ସେବା ବିସ୍ତାର ହୋଇଛି। ଡା. ଗୁଲେରିଆ ୨୮ ମାର୍ଚ୍ଚ ୨୦୧୭ରେ ୫ ବର୍ଷ ନିମନ୍ତେ ଏମସ୍ଙ୍କ ନିର୍ଦ୍ଦେଶକ ନିଯୁକ୍ତ ହୋଇଥିଲେ। ଗତ ମାର୍ଚ୍ଚ ୨୪ ତାରିଖରେ ତାଙ୍କର କାର୍ୟ୍ୟକାଳ ସମାପ୍ତ ହୋଇଯାଇଛି।

ତେବେ ମାର୍ଚ୍ଚ ୨୪ ବେଳକୁ ଏମସ୍ଙ୍କ ନିର୍ଦ୍ଦେଶକ ସ୍ଥିର ହୋଇପାରିନଥିବାରୁ ଡା. ଗୁଲେରିଆଙ୍କ କାର୍ୟ୍ୟକାଳ ୩ମାସ ସମ୍ପ୍ରସାରଣ କରାଯାଇଥିଲା। ହେଲେ ଏହି ଅବଧିରେ ମଧ୍ୟ ପିସିସି ନିର୍ଦ୍ଦେଶକ ମନୋନୟନ କରି ପାରି ନଥିବା ବେଳେ ନାମର ବ୍ୟାପକ ତାଲିକା ମାଗି ପଠାଇବା ଯୋଗୁ ପୁଣି କାର୍ୟ୍ୟକାଳ ସମ୍ପ୍ରସାରଣ କରାଯାଇଛି। ଗତ ମାର୍ଚ୍ଚ ମାସରେ ସର୍ଚ୍ଚ କମ୍ ସିଲେକ୍ସନ କମିଟିଙ୍କ ଦ୍ୱାରା ମନୋନୀତ ତଥା ଶୀର୍ଷ ନିର୍ଣ୍ଣାୟକ ସଂସ୍ଥାଙ୍କ ଦ୍ୱାରା ସ୍ଥିରିକୃତ ୩ ଡାକ୍ତରଙ୍କ ନାମ ମଧ୍ୟରୁ ଜଣକୁ ଚୟନ ନିମନ୍ତେ ପିସିସିଙ୍କୁ ପଠା ଯାଇଥିଲା। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts