ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗ; ବିଶେଷଜ୍ଞ କମିଟି ଦ୍ୱାରା ଅନୁଧ୍ୟାନ କରି ୧୫ ଦିନ ମଧ୍ୟରେ ରିପୋର୍ଟ ସାର୍ବଜନୀନ କରାଯାଉ: ବିଜୟ ମହାପାତ୍ର

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଶ୍ରୀମନ୍ଦିର ଐତିହ୍ୟ କରିଡର ପ୍ରସଙ୍ଗକୁ ନେଇ ବିବାଦ ଦିନକୁ ଦିନ ବଢ଼ିବାରେ ଲାଗିଛି । ଶ୍ରୀମନ୍ଦିର ପରିସରରେ ଗାତ ଖୋଳାଯିବା ଯୋଗୁଁ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୋଇଥିବାର ଅଭିଯୋଗ ହୋଇଛି । ଏହା ମଧ୍ୟରେ ବରିଷ୍ଠ ବିଜେପି ନେତା ବିଜୟ ମହାପାତ୍ର ବଡ଼ ବୟାନ ଦେଇଥିବାର ଦେଖିବାକୁ ମିଳିଛି । ତେବେ ଐତିହ୍ୟ କରିଡରକୁ କେହି ବିରୋଧ କରୁନାହାନ୍ତି ।

ଯଦି ନିର୍ମାଣ ନାଁରେ ମନ୍ଦିର ପ୍ରତି ବିପଦ ସୃଷ୍ଟି ହୁଏ, ତାହାଲେ କୌଣସି ଓଡ଼ିଆ ଏହାକୁ ଗ୍ରହଣ କରିବେ ନାହିଁ । ତେଣୁ ବିଶେଷଜ୍ଞ କମିଟି ଦ୍ୱାରା ଅନୁଧ୍ୟାନ କରି ୧୫ ଦିନ ଭିତରେ ରିପୋର୍ଟ ସାର୍ବଜନୀନ କରାଯାଉ ବୋଲି ବିଜୟ ମହାପାତ୍ର କହିଛନ୍ତି । ସେପଟେ ଓକିଲ ସଂଘ ଐତିହ୍ୟ କରିଡରରେ ପହଞ୍ଚି ଏହି ନିର୍ମାଣ କାର୍ଯ୍ୟକୁ ବିରୋଧ କରିଥିଲେ । ଏବଂ ପରେ ଯାଇ ଜିଲ୍ଲାପାଳଙ୍କୁ ଭେଟିଥିଲେ ।

Related Posts