
ପାଟନା: ବିହାରର ପଶ୍ଚିମ ଚମ୍ପାରଣ ଜିଲ୍ଲା ବଗାହରେ ଆତଙ୍କ ଖେଳାଉଥିବା ବାଘର ମୃତ୍ୟୁ । ଆଜି ବନବିଭାଗ ବାଘକୁ ଗୁଳି କରି ହତ୍ୟା କରିଛି । ଜାତୀୟ ବାଘ ସଂରକ୍ଷଣ ପ୍ରାଧିକରଣ (NTCA) ବାଘକୁ ଗୁଳି କରି ହତ୍ୟା କରିବାକୁ ଅନୁମତି ଦେବା ପରେ ବାଘ ଶିକାର କରାଯାଇଛି। କାରଣ ବାଘଟି ଉକ୍ତ ଅଞ୍ଚଳରେ ଭୟଙ୍କର ଭାବେ ଉତ୍ପାତ କରୁଥିଲା। ବାଘର ଆକ୍ରମଣରେ ୯ ଜଣଙ୍କର ମୃତ୍ୟୁ ହୋଇସାରିଛି।
ଶନିବାର ବାଘର ଆକ୍ରମଣରେ ଜଣେ ମହିଳା ଓ ତାଙ୍କ ୧୦ ବର୍ଷର ପୁଅର ମୃତ୍ୟୁ ହୋଇଥିଲା। ବାଘର ଆକ୍ରମଣରେ ମାଆପୁଅର ମୃତ୍ୟୁ ହେବା ପରେ ସ୍ଥାନୀୟ ଅଞ୍ଚଳରେ ଉତ୍ତେଜନା ଦେଖାଦେଇଥିଲା। ଲୋକ ଥାନାରେ ପଶି ପୁଲିସ ଅଫିସରଙ୍କୁ ମାଡ଼ ମାରିଥିଲେ। ତେବେ ବାଘ ଆକ୍ରମଣରୁ ରକ୍ଷା କରିବା ପାଇଁ ଜାଲ ମଧ୍ୟ ଲଗାଯାଇଥିଲା। ସବୁ ପରେ ବି ବାଘର ଉତ୍ପାତ ଏତେ ବଢିଯାଇଥିଲେ ଲୋକେ ଅତିଷ୍ଟ ହୋଇ ପୁଲିସ ଉପରକୁ ଆକ୍ରମଣ କରିଥିଲେ। ଶେଷରେ ବାଘକକୁ ଗୁଳି ହତ୍ୟା କରାଯାଇଛି।