ପ୍ରସାର ଭାରତୀର ପୂର୍ବତନ ସିଇଓ ଜବାହର ସରକାରଙ୍କୁ ରାଜ୍ୟସଭାକୁ ମନୋନୀତ କଲା ଟିଏମସି

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ପ୍ରସାର ଭାରତୀର ପୂର୍ବତନ ସିଇଓ ଜବାହର ସରକାରଙ୍କୁ ତୃଣମୂଳ କଂଗ୍ରେସ ପକ୍ଷରୁ ରାଜ୍ୟସଭାକୁ ମନୋନୀତ କରାଯାଇଛି। ଏ ସମ୍ପର୍କରେ ଟିଏମସି ପକ୍ଷରୁ ଟୁଇଟ୍ କରି ସୂଚନା ଦିଆଯାଇଛି। ଟ୍ବିଟ୍ କରି କୁହାଯାଇଛି ଯେ, ” ଶ୍ରୀ ଜବାହର ସରକାରଙ୍କୁ ସଂସଦର ରାଜ୍ୟସଭାକୁ ମନୋନୀତ କରି ଆମେ ଖୁସି।  ଶ୍ରୀ ସରକାର ପ୍ରାୟ 42 ବର୍ଷ ଜନସେବାରେ ବିତାଇଥିଲେ ଏବଂ ପ୍ରସାର ଭାରତର ପୂର୍ବତନ ସିଇଓ ମଧ୍ୟ ଥିଲେ। ଜନସେବାରେ ତାଙ୍କର ଅମୂଲ୍ୟ ଅବଦାନ ଆମ ଦେଶକୁ ଆହୁରି ଉନ୍ନତ ସେବା କରିବାରେ ସାହାଯ୍ୟ କରିବ !”

 ପ୍ରକାଶ ଥାଉକି ଦୀନେଶ ତ୍ରିବେଦୀ ବିଜେପିରେ ଯୋଗଦେବା ପରେ ରାଜ୍ୟସଭାରେ ଗୋଟିଏ ଆସନ ଖାଲି ପଡିଥିଲା।  ଏହା ପରେ ଅନେକ ଆଲୋଚନା ହୋଇଥିଲା ଯେ ଦଳରୁ କାହାକୁ ମନୋନୀତ କରାଯିବ, କିନ୍ତୁ ଟିଏମସି ଏହି ସବୁ ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛି।   1975 ରେ IAS ଅଧିକାରୀ ହେବା ପରେ ସେ ଅନେକ କ୍ଷେତ୍ରରେ କାମ କରିଥିଲେ । ସେ ବର୍ଦ୍ଧମାନ ଏବଂ ଚବିଶ ପରଗାନାରେ ସାମ୍ପ୍ରଦାୟିକ ଦଙ୍ଗାର ପରିଚାଳନା ପାଇଁ ମଧ୍ୟ ଜଣାଶୁଣା ।

  ଜବାହର ସରକାର 2012 ପର୍ଯ୍ୟନ୍ତ ଭାରତ ସରକାରଙ୍କ ସଂସ୍କୃତି ମନ୍ତ୍ରଣାଳୟର ସଚିବ ଥିଲେ ଏବଂ ଏହା ପରେ ତାଙ୍କୁ ପ୍ରସାର ଭାରତୀଙ୍କ ସିଇଓ କରାଯାଇଥିଲା।  ସେ 2016 ପର୍ଯ୍ୟନ୍ତ ଏହି ପଦବୀରେ ରହିଥିଲେ।  

 ଜବାହର ସରକାରଙ୍କ ଜନ୍ମ 22 ମାର୍ଚ୍ଚ 1952 ରେ ।  ନଭେମ୍ବର 2008 ରୁ ଫେବୃଆରୀ 2012 ପର୍ଯ୍ୟନ୍ତ ଭାରତର ସଂସ୍କୃତି ମନ୍ତ୍ରଣାଳୟର ନେତୃତ୍ୱ ନେଇଥିଲେ।  ସାମ୍ପ୍ରଦାୟିକ ଲାଭ ପାଇଁ ଭାରତର ଅନ୍ତର୍ଭୂକ୍ତ ସାଂସ୍କୃତିକ ଐତିହ୍ୟକୁ ବ୍ୟବହାର କରିବାକୁ ଜାରି ପ୍ରୟାସ ବିରୁଦ୍ଧରେ ଏକ ଅଭିଯାନ ଚଳାଇଥିଲେ। ସେ ୟୁନେସ୍କୋ ସମେତ ଶୀର୍ଷ ଆନ୍ତର୍ଜାତୀୟ ସଂଗଠନରେ ଭାରତର ପ୍ରତିନିଧିତ୍ୱ କରିଛନ୍ତି ଏବଂ ଐତିହ୍ୟର ସଂରକ୍ଷଣ ସହ ଜଡିତ ସର୍ବସାଧାରଣ ପ୍ରସଙ୍ଗରେ ନିୟମିତ ଭାବରେ ଲେଖନ୍ତି।

 ଜବାହର ସରକାର ବହୁ ବର୍ଷ ଧରି ପ୍ରସିଦ୍ଧ ଜାତୀୟ ତଥା ଆନ୍ତର୍ଜାତୀୟ ପତ୍ରିକା ଏବଂ ଖବରକାଗଜରେ ପୁସ୍ତକଗୁଡ଼ିକରେ ସାଂସ୍କୃତିକ, ଐତିହାସିକ ଏବଂ ମାନବ ଶାସ୍ତ୍ରୀୟ ବିଷୟ ଉପରେ ଅନେକ ଲେଖା ପ୍ରକାଶ କରିଥିଲେ ।

Related Posts