UPSC ବର୍ତ୍ତମାନ ୟୁନିୟନ ପ୍ରଚାରକ ସଂଘ କମିଶନ ପାଲଟିଯାଇଛି: ରାହୁଲ ଗାନ୍ଧୀ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): କଂଗ୍ରେସର ପୂର୍ବତନ ସଭାପତି ରାହୁଲ ଗାନ୍ଧୀ ୟୁପିଏସସିର ଜଣେ ନୂତନ ମୁଖ୍ୟଙ୍କ ନିଯୁକ୍ତିକୁ ନେଇ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଗୋଟିଏ ପରେ ଗୋଟିଏ ସଂସ୍ଥାକୁ କେନ୍ଦ୍ରସରକାର ଧ୍ୱଂସ କରିଚାଲିଛନ୍ତି ବୋଲି ରାହୁଲ ଗାନ୍ଧୀ ଅଭିଯୋଗ କରି ଆସିଛନ୍ତି । କେବଳ ଏତିକି ନୁହେଁ ବରଂ ୟୁପିଏସସି ମୁଖ୍ୟ ମନୋଜ ସୋନିଙ୍କର ବିଜେପି ଓ ରାଷ୍ଟ୍ରୀୟ ସ୍ୱଂୟ ସେବକ ସଂଘ ସହ ଦୀର୍ଘ ଦିନ ଧରି ସମ୍ପର୍କ ରହିଛି ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏନେଇ ରାହୁଲ ଗାନ୍ଧୀ ଟ୍ୱିଟ କରିଥିବାର ମଧ୍ୟ ଦେଖିବାକୁ ମିଳିଛି ।

ରାହୁଲ ଗାନ୍ଧୀ ଟୁଇଟ୍ କରି କହିଛନ୍ତି, “ୟୁନିୟନ ପ୍ରଭାକର ସଂଗଠନ କମିଶନ। ଭାରତର ସମ୍ବିଧାନ ଧ୍ୱଂସ ହେଉଛି, ଗୋଟିଏ ପରେ ଗୋଟିଏ, ସଂସ୍ଥାକୁ ନଷ୍ଟ କରାଯାଉଛି । ନିକଟରେ ଏକ ପୁସ୍ତକ ରିଲିଜ୍ ଅବସରରେ ରାହୁଲ ଗାନ୍ଧୀ କହିଥିଲେ ଯେ ସମ୍ବିଧାନ ଏକ ଅସ୍ତ୍ର, କିନ୍ତୁ ଯେତେବେଳେ ଅନୁଷ୍ଠାନଗୁଡ଼ିକ ନିୟନ୍ତ୍ରିତ ହୁଏ, ଏହାର କୌଣସି ଅର୍ଥ ନାହିଁ ବୋଲି ରାହୁଲ ଗାନ୍ଧୀ କହିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts