ଋଷ ଓ ୟୁକ୍ରେନ ମଧ୍ୟରେ ଲାଗିରହିଥିବା ଯୁଦ୍ଧକୁ ନେଇ ସମସ୍ତେ ଚିନ୍ତିତ । ଅନେକ ଦେଶ ଋଷ ର ସମର୍ଥନ କରୁଥିବା ବେଳେ ଅନେକ ଦେଶ ୟୁକ୍ରେନ ର ସମର୍ଥନରେ ବାହାରୁ ଥିବା ଦେଖିବାକୁ ମିଳିଛି । ମାତ୍ର ଭାରତ ଶାନ୍ତି ପ୍ରତିଷ୍ଠା ସ୍ଥାପନ ପାଇଁ ପ୍ରସ୍ତାବ ଦେଇଥିବା ବେଳେ, ଖୋଲା ଖୋଲି ଭାବେ କାହାକୁ ସମର୍ଥନ ଜଣାଇନାହିଁ । ତେବେ ଏହାରି ମଧ୍ୟରେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଆଜି ୟୁକ୍ରେନ ସଙ୍କଟ ପ୍ରସଙ୍ଗରେ ଭାରତ ସରକାରଙ୍କୁ ସମର୍ଥନ ଜଣାଇଛନ୍ତି। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏକ ଚିଠି ଲେଖିଛନ୍ତି ଯେ ଏହା ନିଶ୍ଚିତ ଯେ ଏକ ରାଷ୍ଟ୍ର ଭାବରେ ଆମର ସମ୍ମାନ ଓ ସ୍ୱତନ୍ତ୍ରତା ବିଶ୍ୱ ସମୁହରେ ସଦୃଢ ।
ଜଣେ ବରିଷ୍ଠ ମୁଖ୍ୟମନ୍ତ୍ରୀ ତଥା ଏକ ଜାତୀୟ ଦଳର ନେତା ଭାବରେ ମୁଁ ୟୁକ୍ରେନ ଯୁଦ୍ଧର ଆନ୍ତର୍ଜାତୀୟ ସଙ୍କଟ ସମୟରେ ଆମର ଭଦ୍ରତାର ଦୀର୍ଘ ଦିନର ଆଦର୍ଶକୁ ପାଳନ କରୁଛି ।
ଅନ୍ତର୍ଜାତୀୟ ସଙ୍କଟ ସମୟରେ ଆମେ ଆମର ଘରୋଇ ମତଭେଦକୁ ପଛରେ ପକାଇ ଏକ ରାଷ୍ଟ୍ର ଭାବରେ ଏକଜୁଟ ହୋଇଛୁ । ଆମେ ଆମର ବୈଦେଶିକ ବ୍ୟାପାରକୁ ବିଶ୍ୱସ୍ତରରେ ସ୍ଥିର ରଖିବା ଜାରି ରଖିଛୁ ବୋଲି ଚିଠିରେ ଦର୍ଶାଯାଇଛି ।
ସ୍ୱାଧୀନତା ପରଠାରୁ ଭାରତ ଅନ୍ତର୍ଜାତୀୟ ଶାନ୍ତି ପ୍ରତି ପ୍ରତିବଦ୍ଧତା ତଥା ଅଣ-ଆକ୍ରୋଶ ଏବଂ ସୀମା ଆକ୍ରମଣ ଏବଂ ହସ୍ତକ୍ଷେପକୁ ପ୍ରତ୍ୟାଖ୍ୟାନ କରିବା ପାଇଁ ଜଣାଶୁଣା । ସେ ଆହୁରି ମଧ୍ୟ କହିଛନ୍ତି ଯେ ମୁଁ ନିଶ୍ଚିତ ଯେ ସାମ୍ପ୍ରତିକ ସଙ୍କଟ ସମୟରେ ଆମର କୂଟନୈତିକ କାର୍ଯ୍ୟକୁ ପରିଚାଳନା କରିବାରେ ଭାରତର ପ୍ରଧାନମନ୍ତ୍ରୀ ସେହି ନୀତିନିୟମ ଆଧାରରେ ଆଗକୁ ନିଷ୍ପତି ଗ୍ରହଣ କରିବେ ।
