ରାଜ୍ୟରେ ଲମ୍ବୁଛି ଧଳାଜହର କରବାର; ବାଲେଶ୍ୱରରୁ କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ଧଳାଜହର ଜବତ ସହ ଜଣକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ ଲମ୍ବୁଛି ଧଳାଜହର କରବାର । ବାଲେଶ୍ୱରରୁ ପୁଣି କୋଟିଏରୁ ଊର୍ଦ୍ଧ୍ଵ ଟଙ୍କାର ଧଳାଜହର ଜବତ ହୋଇଛି । ଅରଡ଼ବଜାର ନିକଟସ୍ଥ ଲେବଲ୍‌ କ୍ରସିଂ ନିକଟରୁ ଏହି ଧଳାଜହର ଜବତ ହୋଇଥିବା ବେଳେ ଏହାର ଓଜନ ୧କେଜି ୫୦ ଗ୍ରାମ୍‌ ଥିବା ସୂଚନା ଦେଇଛି କ୍ରାଇମବ୍ରାଞ୍ଚ । ଖାଲି ସେତିକି ନୁହେଁ ଘଟଣାରେ ବେପାରୀ ଶେଖ୍‌ ମେଞ୍ଜୁକୁ କ୍ରାଇମବ୍ରାଞ୍ଚ ଗିରଫ କରିଛି ।ଶେଖ୍‌ ନିକଟରୁ ନଗଦ ୨୮ ହଜାର ଟଙ୍କା ମଧ୍ୟ ଜବତ କରାଯାଇଛି । ପୂର୍ବରୁ ବାଲେଶ୍ୱର ସମେତ ରାଜ୍ୟର ଅନେକ ସ୍ଥାନରୁ ବିପୁଳ ପରିମାଣର ଧଳାଜହର ଜବତ ହୋଇଛି । ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ବିପୁଳ ପରିମାଣର ଧଳାଜହର ଜବତ କରାଯାଇଛି । ହେଲେ ଏହି ଚେର କେତେବାଟ ଲମ୍ବିଛି ତାହାର ସୁରାକ ପାଉନାହିଁ ବିଭାଗ । ଯାହାଫଳରେ ବାରମ୍ବାର ବାଲେଶ୍ୱର ସମେତ ରାଜଧାନୀ ଭୁବନେଶ୍ୱର ଓ ବିଭିନ୍ନ ସ୍ଥାନରେ ଏହି କାରବାର ହେଉଥିବା ଦେଖିବାକୁ ମିଳୁଛି ।

Related Posts