ଡିଜିଟାଲ ଲୋନ ଆପ୍‌ ମାମଲା; ୧ କୋଟି ୪୫ ଲକ୍ଷ ଟଙ୍କା ଫ୍ରିଜ୍‌ କଲା କ୍ରାଇମବ୍ରାଞ୍ଚ ଇଓଡବ୍ଲୁ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଡିଜିଟାଲ ଲୋନ ଆପ୍‌ ମାମଲାରେ ଭୁବନେଶ୍ୱର କ୍ରାଇମବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା (ଇଓଡବ୍ଲୁ)ର ବଡ କାର୍ଯ୍ୟନୁଷ୍ଠାନ। ଏହି ମାମଲାରେ ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍‌ କରିଛି କ୍ରାଇମବ୍ରାଞ୍ଚ ଇଓଡବ୍ଲୁ । ଅଭିଯୁକ୍ତ ରାଇଟ ଷ୍ଟାର୍ଟ ବିଜନେସ ପ୍ରାଇଭେଟ ଲିମିଟେଡର ନିର୍ଦ୍ଦେଶକ ନିତିନ ମଲ୍ଲିକଙ୍କ ଏକ କୋଟି ୪୫ଲକ୍ଷ ଟଙ୍କା ଫ୍ରିଜ୍‌ କରିଛି ଇଓଡବ୍‌ଲ୍ୟୁ।

ସୂଚନା ଅନୁସାରେ, ଡିଜିଟାଲ ଲୋନ୍‌ ଆପ୍‌ କ୍ରେଡିଟ ଗୋଲ୍‌ଡ ମାଧ୍ୟମରେ ହଇରାଣ ହେବା ପରେ ଇଓଡବ୍‌ଲ୍ୟୁର ଦ୍ୱାରସ୍ଥ ହୋଇଥିଲେ ଭୁବନେଶ୍ୱରର ଶକ୍ତି ପ୍ରସାଦ ଦାସ। ତାଙ୍କ ଅଭିଯୋଗ କ୍ରମେ ଏଚଡିଏଫସି ବ୍ୟାଙ୍କ ଓ ଆଇଡିଏଫସି ଫାଷ୍ଟ ବ୍ୟାଙ୍କରେ ଥିବା ନିତିନଙ୍କ ଟଙ୍କାକୁ ଫ୍ରିଜ କରାଯାଇଛି। ରାଇଟ ଷ୍ଟାର୍ଟ ବିଜନେସ ପ୍ରାଇଭେଟ ଲିମିଟେଡର ମାଲିକ ଜଣେ ଚୀନ ନାଗରିକ ବୋଲି କୁହାଯାଇଛି।

Related Posts