
ନୂଆଦିଲ୍ଲୀ ; ନ୍ୟୁଜଲ୍ୟାଣ୍ଡରେ ଦେଖିବାକୁ ମିଲିଛିଏକ ଅଭାବନୀୟ ଦୃଶ୍ୟ । ସୁଟ୍କେସ୍ରେ ଶବ ନେଇ ଯାଉଥିବା ଜଣେ ମହିଳାଙ୍କୁ ଗିରଫ କରିଛି ପୋଲିସ୍। ଏହି ମହିଳାଙ୍କୁ ଉଲସନ୍ ସାଉଥ କୋରିଆରୁ ଗିରଫ କରାଯାଇଛି। ମହିଳା ଜଣଙ୍କ ସୁଟକେସ୍ ଭିତରେ ଜଣେ ୧୦ ବର୍ଷୀୟ ଆଉ ଜଣେ ୭ ବର୍ଷର ପିଲା ଶବକୁ ନେଇ ଯାଉଥିବା ସନ୍ଦେହ କରିବା ପରେ ତାଙ୍କୁ ଗିରଫ କରିଛି ପୋଲିସ୍।
ମହିଳା ଜଣଙ୍କ ମୁହଁକୁ ଘୋଡେଇ ସୁଟ୍ କେସ୍ ନେଇ ଯାଉଥିବା ବେଳେ ପୋଲିସ୍ ସନ୍ଦେହ କରି ତାଙ୍କୁ ଧରିଥିଲା।
ସେପଟେ ହତ୍ୟା ଅଭିଯୋଗକୁ ଅସ୍ୱୀକାର କରିଛନ୍ତି ମହିଳା। ବିଶ୍ୱ ପୋଲିସ ଏଜେନ୍ସି ଇଣ୍ଟରପୋଲ ରେଡ ନୋଟିସ ଜାରି କରିବା ପରେ ତାଙ୍କୁ ଗିରଫ କରାଯାଇଛି ବୋଲି କୋରିଆ ଜାତୀୟ ପୋଲିସ ଏଜେନ୍ସି କହିଛି। ଡିଟେକ୍ଟିଭ୍ ଇନ୍ସପେକ୍ଟର ଟୋଫିଲାଓ ଫାମାନୁୟା ଭାୟାଲୁ ସାମ୍ବାଦିକମାନଙ୍କୁ କହିଛନ୍ତି ଯେ ଏପର୍ଯ୍ୟନ୍ତ ଶିଶୁମାନଙ୍କର ସମ୍ପୂର୍ଣ୍ଣ ପରିଚୟ ମିଳିପାରିନାହିଁ। ତେବେ ସେମାନଙ୍କ ପରିବାର ଲୋକେ ନ୍ୟୁଜିଲାଣ୍ଡରେ ବୋଲି ସୂଚନା ମିଳୁଛି।
ତେବେ ମୃତ ଶରୀରକୁ ମହିଳା ଜଣଙ୍କ ସୁଟ୍ କେଶରେ ରଖି ଷ୍ଟୋରେଜ୍ କରିଥିବା କହିଛି ପୋଲିସ୍। ଗତ ୩ ବର୍ଷ ଧରି ମୃତ ଶରୀରକୁ ଷ୍ଟୋରେଜ କରାଯାଇଥିଲା। ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି।