ଢେଙ୍କାନାଳରେ ଚାଞ୍ଚଲ୍ୟ; ପୋଖରୀରୁ ୩ ନବଜାତ ଶିଶୁଙ୍କ ମୃତ ଦେହ ଉଦ୍ଧାର, ଘଟଣା ସ୍ଥଳରେ ଫରେନ୍ସିକ ଟିମର ତଦନ୍ତ ଆରମ୍ଭ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଢେଙ୍କାନାଳ ଜିଲ୍ଲା ସଦର ଥାନା ଅନ୍ତର୍ଗତ ଇନ୍ଦିପୁର ଗ୍ରାମରେ ଏକ ଅଭାବନୀୟ ଘଟଣା ଘଟିଛି। ଇନ୍ଦିପୁର ଗ୍ରାମ ନୂଆସାହି ନିକଟରେ ଥିବା ନଟା ପୋଖରୀରେ ତିନୋଟି ନବଜାତ ଶିଶୁଙ୍କ ମୃତ ଦେହ ଭାସୁଥିବା ଦେଖିବାକୁ ମିଳିଛି । ଏହି ଘଟଣାରେ ପୋଖରୀ ନିକଟରେ ଲୋକଙ୍କ ପ୍ରବଳ ଭିଡ ଜମିଥିଲା ।ଖବର ପାଇ ସଦର ଥାନା ପୁଲିସ ପହଞ୍ଚି ଶିଶୁ ମାନଙ୍କର ମୃତଦେହକୁ ଉଦ୍ଧାର କରିଛି। ଫରେନ୍ସିକ ଟିମ ମଧ୍ୟ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ମୃତ ଶିଶୁଗୁଡିକ କେଉଁଠାରୁ ଆସିଲା ଏବଂ କିଏ ପକାଇଲା ବର୍ତ୍ତମାନ ସନ୍ଦେହ ଘେରରେ ରହିଛି। ଏକସଙ୍ଗେ ୩ଟି ନବଜାତକଙ୍କ ମୃତଦେହକୁ ଦେଖି ଗ୍ରାମବାସୀଙ୍କ ମହଲରେ ଆଲୋଡ଼ନ ସୃଷ୍ଟି ହୋଇଛି। ଶିଶୁ ଗୁଡିକ ପ୍ରି ମ୍ୟାଚ୍ୟୁଅର ହୋଇଥିବାରୁ ପୁଅ କି ଝିଅ ତାହା ଜଣା ପଡୁନାହିଁ । ଫଳରେ ଲିଙ୍ଗ ଯାଞ୍ଚ ପାଇଁ ପୁଲିସ ଫରେନ୍ସିକ ଲାବ୍ରୋଟାରିକୁ ପଠାଇବ ବୋଲି ସୂଚନା ମିଳିଛି । ତେବେ ଗ୍ରାମରେ ଡାକ୍ତରଖାନା ନଥିବା ବେଳେ କୌଣସି ପ୍ରସୂତି ମହିଳା ମୃତ ଶିଶୁ ଜନ୍ମ ହେବା କିମ୍ବା ଘରୋଇ ବେଆଇନ ଗର୍ଭପାତ କରି ପକାଇ ଦେଇଥିବା ଅନୁମାନ କରାଯାଉଛି । ପୋଲିସ ମଧ୍ୟ ସେହି ଦିଗରେ ତଦନ୍ତ କରୁଛି।

Related Posts