ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସ: ୩ ହତ୍ୟା ଅଭିଯୁକ୍ତକାରୀଙ୍କୁ କଲା ଗିରଫ

ଆନନ୍ଦପୁର : ଓଡ଼ିଶାରେ ପଶ୍ଚିମବଙ୍ଗ ପୋଲିସ । ୩ ହତ୍ୟା ଅଭିଯୁକ୍ତଙ୍କୁ ସୋସୋ ଥାନା ଅଞ୍ଚଳରୁ ପଶ୍ଚିମବଙ୍ଗ ପୋଲିସ ଧରିବାରେ ସଫଳ ହୋଇଛି। ମୁର୍ଶିଦାବାଦ ଜିଲ୍ଲା ବେଲଡଙ୍ଗା ଥାନା ଅଞ୍ଚଳରେ ଏକ ହତ୍ୟା ଘଟଣାରେ ସମ୍ପୃକ୍ତ ଗୁଲଜର, ସେକ୍ ମେଟିନ ଓ ମୁସ୍ତାଫିଜ ନାମକ ୩ ଜଣ ଅଭିଯୁକ୍ତ ଆନନ୍ଦପୁର ଉପଖଣ୍ଡ ସୋସୋ ଥାନା ଅଞ୍ଚଳରେ ଲୁଚି ରହିଥିଲେ। ସେଠାକାର ପୋଲିସ ଏହି ଖବର ପାଇଥିଲା ।

ବେଲଡଙ୍ଗା ଥାନା ପୋଲିସର ୩ ଜଣିଆ ଟିମ ଗତ ୩ ଦିନ ଧରି ଏଠାରେ ପଇଁତରା ମାରୁଥିଲା। ଶେଷରେ ସମ୍ପୃକ୍ତ ୩ ହତ୍ୟା ଅଭିଯୁକ୍ତ ସୋସୋରେ ଗୋଟିଏ ଠିକା କମ୍ପାନିର ଶ୍ରମିକ ଭାବେ କାମ କରୁଥିବା ଜାଣିବାକୁ ପାଇଥିଲା। ୧୦ ଦିନ ହେବ ସେମାନେ ସେଠାରେ କାମ କରୁଥିଲେ। ଆଜି ସନ୍ଧ୍ୟାରେ ସୋସୋ ପୋଲିସ ସହାୟତାରେ ସମ୍ପୃକ୍ତ ୩ ଅଭିଯୁକ୍ତଙ୍କୁ ପଶ୍ଚିମବଙ୍ଗ ବେଲଡଙ୍ଗା ପୋଲିସ ଗିରଫ କରିଛି।

Related Posts