ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସାମ୍ନାକୁ ଆସିଲା ରାଜ୍ୟ ସ୍ୱାସ୍ଥ୍ର୍ୟସେବାର ବିକଳ ଚିତ୍ର । ତେବେ ଗ୍ରାମାଞ୍ଚଳରେ ସ୍ୱାସ୍ଥ୍ରସେବା ଯୋଗାଉଥିବା ଜିଲ୍ଲାସ୍ତରୀୟ ଚିକିତ୍ସାଳୟ ଗୁଡ଼ିକରେ ୪୨ ପ୍ରତିଶତ ଡାକ୍ତରୀ ପଦବି ଖାଲି ପଡ଼ିଛି । କିଛି କିଛି ଜିଲ୍ଲାରେ ଏହି ହାର ୫୦ ପ୍ରତିଶତରୁ ମଧ୍ୟ ଅଧିକ । କେବଳ ଜିଲ୍ଲାସ୍ତରୀୟ ଚିକିତ୍ସାଳୟ ନୁହେଁ ବରଂ ମେଡିକାଲ କଲେଜରେ ମଧ୍ୟ ଅନେକ ପ୍ରଫେସର ଆସିଷ୍ଟାଣ୍ଟ ପ୍ରଫେସର, ସହକାରୀ ପ୍ରଫେସର ପଦବି ଖାଲି ରହିଛି । ବିଧାୟକ ସୌମ୍ୟରଞ୍ଜନ ପଟ୍ଟନାୟକଙ୍କ ଏକ ଲିଖିତ ପ୍ରଶ୍ନର ଉତ୍ତରରେ ବିଧାନସଭାରେ ଏହି ତଥ୍ୟ ରଖିଛନ୍ତି ରାଜ୍ୟ ସ୍ୱାସ୍ଥ୍ରମନ୍ତ୍ରୀ ନବକିଶୋର ଦାସ । ଖାଲି ପଡ଼ିଥିବା ଡାକ୍ତରୀ ପଦବି ପୂୂରଣ ନେଇ ରାଜ୍ୟ ସରକାର ଆବଶ୍ୟକ ପଦକ୍ଷେପ ଗ୍ରହଣ କରୁଥିବା କହି ଆସୁଛନ୍ତି । ମାତ୍ର ତୃଣମୂଳ ସ୍ତରରେ ବାସ୍ତବତା ଭିନ୍ନ ରହିଛି । ସେପଟେ ରାଜ୍ୟରେ ଥିବା ଜିଲ୍ଲା ଚିକିତ୍ସାଳୟ ବାଦ କ୍ୟାପିଟାଲ ହସ୍ପିଟାଲ, ଆରଜିଏଚ ରାଉରକେଲା, ମେଡିକାଲ କଲେଜକୁ ମିଶାଇ ରାଜ୍ୟରେ ମୋଟ ୩୩ଟି ଡାକ୍ତରଖାନା ଥିବାବେଳେ ଏଥିରେ ମଞ୍ଜୁରୀପ୍ରାପ୍ତ ଡାକ୍ତରୀ ପଦବୀ ହେଉଛି ୮୭୨୯ । ଏଥିରେ ନିୟମିତ ଆଡହକ, ଠିକା, ଡିଏମଏଫ ପାଣ୍ଠି, ଜର୍ପସ ପାଣ୍ଠି ଇତ୍ୟାଦିକୁ ମିଶାଇ ମୋଟ ୩୬୯୧ ଡାକ୍ତର ନିୟୋଜିତ ହୋଇଛନ୍ତି ।
ବରଗଡ଼, ବଲାଙ୍ଗୀର, ଦେବଗଡ଼, ଢ଼େଙ୍କାନାଲ, ନବରଙ୍ଗପୁର, ନୟାଗଡ଼, ସୁନ୍ଦରଗଡ଼ ଜିଲ୍ଲାରେ ଡାକ୍ତରୀ ପଦବି ୫୦ ପ୍ରତିଶତରୁ ଅଧିକ ଖାଲି ପଡ଼ିଛି । କେବଳ କ୍ୟାପିଟାଲ ହସ୍ପିଟାଲରେ ମାତ୍ର ୬ ଜଣ ବା ୩ ପ୍ରତିଶତ ପଦବିରେ ଡାକ୍ତର ନାହାନ୍ତି । ସେହିପରି ରାଜ୍ୟର ୮୫ ଜଣ ଡାକ୍ତର ଦୀର୍ଘଦିନ ଛୁଟିରେ ପଳାଇଥିବାବେଳେ ୨୪ ଜଣ ଡାକ୍ତରଙ୍କୁ ରିଲିଭ କରାଯାଇଥିଲେ ହେଁ ସେମାନେ କାର୍ଯ୍ୟରେ ଯୋଗ ଦେଉ ନାହାନ୍ତି । ସେହିପରି ରାଜ୍ୟରେ ସମୁଦାୟ ୮ଟି ସରକାର ମେଡିକାଲ କଲେଜ ରହିଛି । ୨୦୨୧ ମସିହା ସେପ୍ଟେମ୍ବର ସୁଦ୍ଧା ମେଡ଼ିକାଲ କଲେଜ ଗୁଡ଼ିକରେ ପ୍ରଫେସର ପାଇଁ ୨୪୨ ପଦବି ଥିବାବେଳେ ଏଥିରେ ୧୭୬ ଜଣ ରହିଛନ୍ତି । ୨୭ ପ୍ରତିଶତ ବା ୬୬ ପଦବି ଖାଲି ପଡ଼ିଛି । ସେହିପରି ଆସୋସିଏଟ ପ୍ରଫେସର ପାଇଁ ୪୦୨ ପଦବି ଥିବାବେଳେ ୧୦୬ ସହକାରୀ ପ୍ରଫେସର ପାଇଁ ୭୭୦ ପଦବିରୁ ୧୧୦. ଓିନିଅର ରେସିଡେଣ୍ଟ ପାଇଁ ୫୪୩ ପଦବିରୁ ୧୮୩, ସୁ୍ୟପର ପାଇଁ ୨୫୪ ପଦବିରୁ ୪୭ ଖାଲି ରହିଛି ।