୧୦୪ ଖଣି ମାଲିକ ଓଡ଼ିଶାର ସମ୍ପତ୍ତି କୁ ହରିଲୁଟ କରୁଛନ୍ତି; ହଜାର ହଜାର ଟ୍ରକ ସାହାଯ୍ୟରେ ଖଣିଜ ପଦାର୍ଥ ରାଜ୍ୟ ବାହାରକୁ ଚାଲାଣ କରାଯାଉଛି: ତାରା ବାହିନୀ ପତି

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ବିଧାନସଭାରେ କଂଗ୍ରେସ ନେତା ତାରା ପ୍ରସାଦ ବାହିନୀପତି ଉଠାଇଲେ ଖଣି ଦୁର୍ନୀତି ପ୍ରସଙ୍ଗ । ତେବେ ୧୦୪ ଖଣି ମାଲିକ ଓଡ଼ିଶାର ସମ୍ପତିକୁ ହରିଲୁଟ୍ କରିଛନ୍ତି । ଶହ ଶହ ଟ୍ରକ୍ ଖଣିଜ ପଦାର୍ଥ ବାହାର ରାଜ୍ୟକୁ ଚାଲାଣ କରାଯାଉଛି । ତେଣୁ ଏହି କମ୍ପାନୀ ମାନଙ୍କ ବିରୋଧରେ ତୁରନ୍ତ କାର୍ୟ୍ୟାନୁଷ୍ଠାନ ନିଆଯାଉ । ଆଜି ବିଧାନସଭାରେ କଂଗ୍ରେସ ବିଧାୟକ ତାରା ପ୍ରସାଦ ବାହିନୀପତି ଏପରି ଦାବି କରିଛନ୍ତି । ସେପଟେ, ପାନୀୟ ଜଳ ପ୍ରକଳ୍ପ ଓ ପିଇବା ପାଣି ସଙ୍କଟ ନେଇ ଗୃହରେ ଉଦବେଗ ପ୍ରକାଶ ପାଇଛି ।

ପାନୀୟ ଜଳ ପ୍ରକଳ୍ପ କାର୍ୟ୍ୟକ୍ଷମ ବିଳମ୍ବ ନେଇ ଗୃହରେ ଆଲୋଚନା ବେଳେ ପିଇବା ପାଣି ପ୍ରସଙ୍ଗ ମଧ୍ୟ ଉଠାଇ ଉଭୟ ଶାସକ ଓ ବିରୋଧୀ ଅସନ୍ତୋଷ ବ୍ୟକ୍ତ କରିଛନ୍ତି । ଖରାଦିନେ ପିଇବା ପାଣି ସଙ୍କଟ ପ୍ରସଙ୍ଗ ଉଠାଇଛନ୍ତି କଂଗ୍ରେସ ବିଧାୟକ ନରସିଂହ ମିଶ୍ର, ତାରା ପ୍ରସାଦ ବାନୀପତି । ମେଗା ପାଇପ ପାଣି ପହଂଚିବା ପର୍ୟ୍ୟନ୍ତ ସରକାର କେଉଁ ବ୍ୟବସ୍ଥା କରୁଛନ୍ତି ବୋଲି ପ୍ରଶ୍ନ କରିଛନ୍ତି ଶସକ ବିଧାୟକ ପ୍ରଦୀପ ଅମାତ । ଯଦି ନ ହୋଇଛି ଟ୍ୟୁବୱେଲ ଯୋଗେ ପାଣି ଯୋଗାଇବାକୁ କଂଗ୍ରେସ ନେତା ତାରା ବାହିନୀ ପତି ଦାବି କରିଛନ୍ତି । ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts