ଟିଟିଲାଗଡ: ରାଜ୍ୟରେ ଲଗାଣ ବର୍ଷା ଫଳରେ ଅନେକ ନଦୀରେ ବନ୍ୟା ପରିସ୍ଥିତି ଉତ୍ପନ୍ନ ହୋଇଛି । ଅନେକ ରାସ୍ତାଘାଟ ଜଳମଗ୍ନ ହୋଇପଡିଛି । ତେବେ ଏହାରି ମଧ୍ୟରେ ସଇଁନ୍ତଲା ବ୍ଲକ ଧୁମାପାଲି ଗ୍ରାମର ଏକ ଅଘଟଣ । ବନ୍ୟା ଜଳରେ ଭାସି ଯାଇ ଜଣେ ଯୁବକଙ୍କ ମୃତ୍ୟୁ ଘଟିଛି ।
ସୂଚନାଯୋଗ୍ୟ, ବନ୍ୟା ପାଣିରୁ କାଠ ସଂଗ୍ରହ ବେଳେ ଭାସିଗଲେ ଯୁବକ । ପରେ ତାଙ୍କ ମୃତଦେହ ଉଦ୍ଧାର ହୋଇଛି। ମୃତକ ଜଣକ ହେଲେ ମନୋଜ ନାଗ (୨୪ ବର୍ଷ) । ସେ ତାଙ୍କ ଗାଁ ନିକଟରେ ଥିବା ଖର୍ଲିଜୋରକୁ ଶୌଚ ହେବା ପାଇଁ ଯାଇଥିବା ସମୟରେ ବନ୍ୟା ପାଣିରେ କାଠ ଆସୁଥିବା ଦେଖି ତାକୁ ସଂଗ୍ରହ କରିବାକୁ ଯାଇଥିଲେ । ଏହି ସମୟରେ ନଦୀର ପ୍ରଖର ସ୍ରୋତରେ ଭାସିଯାଇଥିଲେ ।
ଭାସିଯିବାର କିଛି ଘଣ୍ଟା ପରେ ତାଙ୍କ ମୃତଦେହ ମିଳିଥିବା ଜଣାପଡ଼ିଛି। ତେବେ ତାଙ୍କର ମୃତ୍ୟୁ କୁ ନେଇ ସ୍ଥାନୀୟ ଅଞ୍ଚଳ ଓ ପରିବାରରେ ଶୋକାକୁଳ ପରିବେଶ ଖେଳି ଯାଇଛି ।
