ସାମ୍ନାକୁ ଆସିଲା ରାଜ୍ୟର ବନ୍ୟା କ୍ଷୟକ୍ଷତି ରିପୋର୍ଟ

ଭୁବନେଶ୍ୱର : ପ୍ରବଳ ବର୍ଷା ପାଇଁ ଅନେକ ଜିଲ୍ଲାରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଅନେକ ଅଞ୍ଚଳ ଜଳମଗ୍ନ ହେବା ସହ ହେକ୍ଟର ହେକ୍ଟର ଚାଷଜମି ଜଳମଗ୍ନ ହୋଇପଡିଛି । ତେବେ ରାଜ୍ୟରେ ହୋଇଥିବା ବନ୍ୟାର କ୍ଷୟକ୍ଷତି ରିପୋର୍ଟ ଆସିଛି।

ବନ୍ୟାରେ ୧୪ ହଜାର ୨୩୫ ଘର ଭାଙ୍ଗିଛି ବୋଲି ରିପୋର୍ଟରେ ଦର୍ଶାଯାଇଛି। ଏଥିରେ ୧ଲକ୍ଷ ୨୬ ହଜାର ୧୬୨ ହେକ୍ଟର ଚାଷଜମି ନଷ୍ଟ ହୋଇଯାଇଛି। ଆହୁରି ମଧ୍ୟ ୨୮ ହଜାର ହେକ୍ଟର ଚାଷଜମି ନଷ୍ଟ ହୋଇଛି।

Related Posts