ପୋଲିସ ଘରୁ ଚୋରୀ

ମାହାଙ୍ଗା : କଟକ ଜିଲ୍ଲା ମାହାଙ୍ଗା ବ୍ଲକ୍ ଉମର ଗାଁରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଦୃଶ୍ୟ । ପୋଲିସ ଘରୁ ଚୋରୀ ହୋଇଛି । ପୋଲିସ ଏଏସଆଇ ସୁଧାଂଶୁ ସାମଲଙ୍କ ଘରେ କଳା କନା ବୁଲାଇଛି ଚୋର । ସୁଧାଂଶୁ ଅନୁଗୋଳ ପୋଲିସ ଟ୍ରେନିଂ ସେଣ୍ଟରରେ ଟ୍ରେନର ରହିଥିବା ବେଳେ ତାଙ୍କ ପତ୍ନୀ ଅନୁଗୋଳ ଏସ୍‌ପି ଅଫିସରେ କ୍ଲର୍କ ଭାବେ କାର୍ଯ୍ୟରତ । ସୁଧାଂଶୁଙ୍କ ଘରୁ ତାଲା ଭାଙ୍ଗି ଲକ୍ଷାଧିକ ଟଙ୍କାର ଜିନିଷ ଲୁଟି ନେଇଛନ୍ତି ଦୁର୍ବୃତ୍ତ। ଗାଁରେ ଥିବା ଘରେ ସୁଧାଂଶୁଙ୍କ ଦାଦା ରହୁଛନ୍ତି ।

ସୁଧାଂଶୁଙ୍କ ଘରୁ ଚୋରମାନେ ତାଲା ଭାଙ୍ଗି ସମସ୍ତ ଆସବାବପତ୍ର ନେଇଯିବା ସହ ଗହଣାଗଣ୍ଠି ନେଇଯାଇଥିବା ନେଇ ମାହାଙ୍ଗା ଥାନାରେ ଏତଲା ଦିଆଯାଇଛି । ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିବା ସହ ସାଇଣ୍ଟିଫିକ୍ ଟିମ୍ ମଧ୍ୟ ପହଞ୍ଚିଛି ।

Related Posts