ମହାଦେବ ବିଷପାନ କରିବା ଭଳି ମୋଦୀଜୀ ୧୯ ବର୍ଷ ଧରି ଚୁପଚାପ୍ ସବୁ କଷ୍ଟ ସହିଛନ୍ତି: ଅମିତ ଶାହା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁଜୁରାଟ ଦଙ୍ଗା ମାମଲାରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ମିଳିଥିବା କ୍ଲିନଚିଟକୁ ସୁପ୍ରମିକୋର୍ଟ କାଏମ ରଖିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ସରଗରମ ହୋଇ ଉଠିଛି । ଏହା ମଧ୍ୟରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହାଙ୍କ ବଡ଼ ବୟାନ ସାମ୍ନାକୁ ଆସିଛି । ତେବେ ମାମଲାର ବିଚାର ହେବା ଦିନଠାରୁ ଆଜିଯାଏଁ ପ୍ରଧାନମନ୍ତ୍ରୀ ମୋଦୀ ଅନେକ ଯନ୍ତ୍ରଣା ସହିଛନ୍ତି । ତଥାପି ସେ ଅନ୍ୟମାନଙ୍କ ଭଳି କେବେ କିଛି ଡ୍ରାମା କରିନାହାଁନ୍ତି । ବରଂ ନୀରବରେ ୧୯ ବର୍ଷ ଧରି ମହାଦେବ ବିଷପାନ କରିବା ଭଳି ମୋଦୀଜୀ ଚୁପଚାପ୍ ସବୁ କଷ୍ଟକୁ ସହିଛନ୍ତି ବୋଲି ଅମିତ ଶାହା ଏକ ବିଶେଷ ସାକ୍ଷାତକାରରେ କହିଛନ୍ତି । ସେପଟେ ଜାତୀୟ ଗଣମାଧ୍ୟମ ଏଏନଆଇରେ ସାକ୍ଷାତକାର ଦେବାକୁ ଯାଇ ଅମିତ ଶାହା କହିଛନ୍ତି ଯେ, ମୋଦୀଙ୍କ ବିରୋଧରେ ଆସିଥିବା ସମସ୍ତ ମିଥ୍ୟା ଅଭିଯୋଗକୁ ସେ ଦୀର୍ଘ ୧୯ ବର୍ଷ ହେଲା ଚୁପଚାପ୍ ସହିଛନ୍ତି ।

କାରଣ ୧୯ ବର୍ଷ ହେଲା ମାମଲାର ବିଚାର ଚାଲିଥିଲା । କିନ୍ତୁ ଶୁକ୍ରବାର ସୁପ୍ରିମକୋର୍ଟ ମୋଦିଜୀଙ୍କୁ ମିଳିଥିବା କ୍ଲିନଚିଟ୍ କାଏମ ରଖିଛନ୍ତି । ସମସ୍ତ ବରିଷ୍ଠ ନେତା ଦୀର୍ଘ ୧୮ ରୁ ୧୯ ବର୍ଷ ହେଲା ଏହି ଲଢେଇ ଲଢିଛନ୍ତି । କେହି ବି ଏ ସମ୍ପର୍କରେ କେବେ ହେଲେ ମୁହଁ ଖୋଲି ନଥିଲେ । ସମସ୍ତେ ବେଶ ସାହସିକତାର ସହ ସବୁ ଯନ୍ତ୍ରଣାକୁ ଭଗବାନ୍ ଶିବ ବିଷପାନ କଲାଭଳି ସବୁ ସହ୍ୟ କରିଥିଲେ । ମୋଦିଜୀ କିପରି ସବୁ କିଛି ସହୁଥିଲେ ସେକଥା ମୁଁ ବେଶ୍ ପାଖରୁ ଦେଖିଛି’ ବୋଲି କହିଛନ୍ତି ଅମିତ୍ ଶାହା । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts