ଭାରତରେ ମୋଟ ୨୧ କୋଟି ଦୁଇଚାକିଆ ଓ ୭ କୋଟି ଚାରିଚକିଆ ଯାନ ଚାଲୁଛି : ସଡ଼କ ଓ ପରିବହନ ମନ୍ତ୍ରୀ ନୀତିନ ଗଡକରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଭାରତରେ ପାଖାପାଖି ୨୧ କୋଟିରୁ ଅଧିକ ସଂଖ୍ୟକ ଦୁଇ ଚକିଆ ଯାନ ଗଡ଼ୁଛି। ଏଥିସହିତ ୭ କୋଟି ଚାରି ଚକିଆ ଓ ତଦୂର୍ଦ୍ଧ୍ବ ଚକା ବିଶିଷ୍ଟ ଯାନ ଚଳାଚଳ କରୁଛି। ଆଜି ସଂସଦରେ କେନ୍ଦ୍ର ସଡ଼କ ପରିବହନ ମନ୍ତ୍ରୀ ନୀତିନ ଗଡ଼କରୀ ଏକ ଲିଖିତ ଉତ୍ତରରେ ଏହି ସୂଚନା ଦେଇଛନ୍ତି।

ଲୋକସଭାରେ ଏକ ଲିଖିତ ଉତ୍ତରରେ ମନ୍ତ୍ରୀ ଶ୍ରୀ ଗଡ଼କରୀ କହିଛନ୍ତି, ଦେଶରେ ଚଳାଚଳ କରୁଥିବା ମୋଟ ଯାନ ମଧ୍ୟରୁ ୫,୪୪,୬୪୩ଟି ହେଉଛି ବିଦ୍ୟୁତ୍ ଚାଳିତ ଦୁଇ ଚକିଆ ଯାନ ଏବଂ ୫୪୨୫୨ଟି ବିଦ୍ୟୁତ ଚାଳିତ ଚାରି ଚକିଆ ଓ ତଦୂର୍ଦ୍ଧ୍ବ ଚକା ବିଶିଷ୍ଟ ଯାନ।ଅଗଷ୍ଟ ୩ ତାରିଖ ସୁଦ୍ଧା ଦେଶରେ ଏତିକି ସଂଖ୍ୟକ ଗାଡ଼ି ପଞ୍ଜୀକରଣ ହୋଇଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି। ବାହନ ପୋର୍ଟାଲର ତଥ୍ୟ ଆଧାରରେ ମନ୍ତ୍ରୀ ଏହି ସୂଚନା ଦେଇଛନ୍ତି। ମନ୍ତ୍ରୀ ଏହା ମଧ୍ୟ କହିଛନ୍ତି ଯେ ଦେଶରେ ୨,୯୫,୨୪୫ଟି ଦୁଇ ଚକିଆ ଯାନ ଏବଂ ୧୮,୪୭,୫୩୯ଟି ଚାରି ଚକିଆ ଓ ତଦୂର୍ଦ୍ଧ୍ବ ଚକିଆ ଯାନ ସିଏନଜି, ଇଥାନଲ, ହାଇଡ୍ରୋଜେନ ଫୁଏଲ ସେଲ, ଏଲଏନଜି, ‌ସୋଲାର ଓ ମିଥାନଲ ଆଦି ଇନ୍ଧନରେ ଚାଲୁଛି ବୋଲି ମନ୍ତ୍ରୀ ସୂଚନା ଦେଇଛନ୍ତି।

Related Posts