ରାଜ୍ୟରେ ଅଛି ୪୮ଟି ପଞ୍ଜିକୃତ ୱେବ୍ ଚ୍ୟାନେଲ : ମନ୍ତ୍ରୀ ପ୍ରଦୀପ ଅମାତ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରାଜ୍ୟରେ କାମ କରୁଥିବା ୱେବ ଚ୍ୟାନେଲ ଗୁଡିକୁ ଚିହ୍ନଟ କରିବାକୁ ରାଜ୍ୟ ସରକାର ୱେବ୍ ମିଡ଼ିଆ ପଲିସି କାର୍ଯ୍ୟକାରୀ କରିଛନ୍ତି । ଏହି ପଲିସି ଅନୁସାରେ ରାଜ୍ୟରେ ୪୮ଟି ୱେବ୍ ଚ୍ୟାନେଲ ପଞ୍ଜିକୃତ ହୋଇଛି । ଏହାଛଡା ଯେଉଁ ଖବରକାଗଜ ଗୁଡିକ ସୂଚନା ଓ ଲୋକ ସମ୍ପର୍କ ଦ୍ୱାରା ସ୍ୱୀକୃତିପ୍ରାପ୍ତ ସେମାନଙ୍କୁ ସେହି ନାଁରେ ୱେବ୍ ଚ୍ୟାନେଲ ଖୋଲିବାକୁ ଅନୁମତି ମିଳିପାରିବ ବୋଲି ବିଧାନସଭାରେ ଏକ ପ୍ରଶ୍ନର ଉତ୍ତର ଦେଇ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହା କହିଛନ୍ତି ।

ସୂଚନା ଅନୁସାରେ ଆଜି ବିଧାନସଭାରେ ରାଜ୍ୟରେ କେତେ ସଂଖ୍ୟାରେ ୱେବ୍ ଚ୍ୟାନେଲ ଓ ପୋର୍ଟାଲ ରହିଛି । ସେମାନଙ୍କୁ ସରକାର ନିଜ ଅଧିନକୁ ଆଣିବେ କି? ଏହାଛଡା ସୂଚନା ଓ ଲୋକ ସମ୍ପର୍କ ବିଭାଗ ଦ୍ୱାରା ଅନୁମତିପ୍ରାପ୍ତ ଖବରକାଗଜ ନାଁରେ ବିଭିନ୍ନ ୱେବ ଚ୍ୟାନେଲ ଖୋଲାଯାଇଛି ତାହାକୁ ବିଭାଗ ପକ୍ଷରୁ ଅନୁମତି ଦିଆଯାଇଛି କି? ଏନେଇ ବିଧାନସଭାରେ ବିଧାୟକ ଅଙ୍ଗଦ କହଁର ପ୍ରଶ୍ନ ଉଠାଇଥିଲେ । ଆଉ ଏହାର ଜବାବରେ ବିଭାଗୀୟ ମନ୍ତ୍ରୀ ପ୍ରଦୀପ କୁମାର ଅମାତ ଏହି ଉତ୍ତର ଗୃହରେ ଦେଇଛନ୍ତି।

Related Posts