ଉତ୍ତରପ୍ରଦେଶ ସରକାରଙ୍କ ନିଷ୍ପତି; ସରକାରୀ ସ୍କୁଲ ଛୁଆଙ୍କୁ ୟୁନିଫର୍ମ ଓ ଅନ୍ୟାନ୍ୟ ସାମଗ୍ରୀ ନିମନ୍ତେ ସରକାର ଦେବେ ୧୨୦୦ ଟଙ୍କା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଅଧ୍ୟକ୍ଷତାରେ ମଙ୍ଗଳବାର ଲୋକ ଭବନରେ କ୍ୟାବିନେଟ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ୯ଟି ପ୍ରସ୍ତାବକୁ ମଞ୍ଜୁରୀ ମିଳିଛି । ବୈଠକରେ ବେସିକ ଶିକ୍ଷା ବିଭାଗର ପ୍ରସ୍ତାବ ଉପରେ ବି ମୋହର ଲାଗିଛି । ଏହାଦ୍ୱାରା ଏବେ ସରକାର ଉତ୍ତରପ୍ରଦେଶର ସରକାରୀ ସ୍କୁଲରେ ପଢୁଥିବା ଛାତ୍ରୀ-ଛାତ୍ରଙ୍କୁ ସ୍କୁଲ ୟୁନିଫର୍ମ ପାଇଁ ୧୨୦୦ଟଙ୍କା ଦିଆଯିବ ।

ସୂଚନାଯୋଗ୍ୟ ସରକାରୀ ସ୍କୁଲରେ ପାଠ ପଢୁଥିବା ପ୍ରତି ପିଲାଙ୍କୁ ୨ ଯୋଡା ୟୁନିଫର୍ମ ପାଇଁ ୬୦୦ଟଙ୍କା ଦିଆଯିବ । ଏହାସହ ସ୍କୁଲ ବ୍ୟାଗ ପାଇଁ ୧୭୦ ଟଙ୍କା, ଜୋତା ମୋଜା ପାଇଁ ୧୨୫ ଟଙ୍କା ଓ ସ୍ୱେଟର ପାଇଁ ୨୦୦ଟଙ୍କା ଦିଆଯିବ ।ପୂର୍ବରୁ ଏଥିପାଇଁ ଲାଭାର୍ଥିଙ୍କ ଖାତାକୁ ସିଧାସଳଖ ୧୧୦୦ ଟଙ୍କା ଟ୍ରାନ୍ସଫର କରାଯାଉଥିଲା । ଯେଉଁଥିରୁ ୬୦୦ଟଙ୍କା କେନ୍ଦ୍ର ସରକାର ଓ ୫୦୦ଟଙ୍କା ରାଜ୍ୟ ସରକାର ଦେଉଥିଲେ । ଏବେ ଯୋଗୀ ସରକାର ଏହାକୁ ବୃଦ୍ଧି କରି ୧୨୦୦ ଟଙ୍କା କରି ଦେଇଛନ୍ତି । ଏହାଦ୍ୱାରା ୧ କୋଟି ୯୦ ଲକ୍ଷ ପିଲା ଉପକୃତ ହେବେ ।

Related Posts