ନାମାଙ୍କନ ପତ୍ରରେ ତ୍ରୁଟିକୁ ନେଇ ତୀବ୍ର ଉତ୍ତେଜନା

ଟିଟିଲାଗଡ଼(ସତ୍ୟପାଠ ବ୍ୟୁରୋ): ରାଜ୍ୟରେ ପାଖେଇ ଆସୁଛି ପଞ୍ଚାୟତ ନିର୍ବାଚନ । ଏନେଇ ପ୍ରାର୍ଥୀମାନଙ୍କ ଠାରୁ ଜନତାଙ୍କ ମଧ୍ୟରେ ଭରି ରହିଛି ଢ଼େର ସାରା ଉତ୍ସାହ । ଏହା ମଧ୍ୟରେ ନାମାଙ୍କନ ପତ୍ରରେ ତ୍ରୁଟିକୁ ନେଇ ତୀବ୍ର ଉତ୍ତେଜନା ହୋଇଥିବାର କଥା ସାମ୍ନାକୁ ଆସିଛି । ତେବେ ଟିଟିଲାଗଡ଼ ବ୍ଳକ ଅନ୍ତର୍ଗତ ଖୋଲାନ ପଞ୍ଚାୟତରେ ଆଜି ପ୍ରାର୍ଥୀ ପତ୍ର ଯାଞ୍ଚ ବେଳେ ତୀବ୍ର ଉତ୍ତେଜନା ସୃଷ୍ଟି ହୋଇଛି । ଖବର ପାଇ ଟିଟିଲାଗଡ଼ ଅତିରିକ୍ତ ଜିଲା ପୁଲିସ ଅଧିକ୍ଷକ ସୁରେନ୍ଦ୍ରନାଥ ଶତପଥୀ, ଥାନା ଅଧିକାରୀ ରଞ୍ଜନ ବରିହା ଅପରାହ୍ନ ୩ ଟା ସୁଦ୍ଧା ସଦଲବଲ ଖୋଲାନ ପଞ୍ଚାୟତ କାର୍ୟ୍ୟାଳୟରେ ଉପସ୍ଥିତ ରହିଛନ୍ତି ।

ଖୋଲାନ ପଞ୍ଚାୟତରେ ନାମାଙ୍କନ ପତ୍ର ଦାଖଲ ପରେ ଜଣେ ପ୍ରାର୍ଥୀଙ୍କ ନାମାଙ୍କନ ଆବେଦନ ପତ୍ରରେ କିଭଳି ହାତରେ ଲେଖାଗଲା ବୋଲି ପ୍ରତିପକ୍ଷ ଅଭିଯୋଗ କରିଛନ୍ତି । ଏପରିକି ତହସିଲଦାରଙ୍କ ଦ୍ୱାରା ଅନୁମୋଦିତ ଛାପା ସତ୍ୟପାଠରେ ହାତରେ ଲେଖା ଯାଇଛି । ଯାହାକି ଆଇନ ଅନୁମୋଦିତ ନୁହେଁ ବୋଲି ବରିଷ୍ଠ ଆଇନଜୀବୀ ମନୋଜ ହାତୀ ଯୁକ୍ତି ବାଢିଥିଲେ । ପ୍ରତିପକ୍ଷକୁ ଏହି ମାମଲାରେ ଅଯଥା ଅନୁଗ୍ରହ କରି ନାମାଙ୍କନ ପତ୍ର ଦାଖଲ ପରେ ଡାକି ଫର୍ମ ପୂରଣ କରାଯାଇଥିବା ଅଭିଯୋଗ ହୋଇଛି । ଏନେଇ ସିସିଟିଭି କ୍ୟାମେରା ଯାଞ୍ଚ କରାଯାଉ ବୋଲି ଅଭିଯୋଗକାରୀ ଦାବି କରିଛନ୍ତି ।

Related Posts