ଏଣିକି ଭାକ୍ସିନ ନାହିଁ ତ ଦରମା ନାହିଁ, ଛତିଶଗଡ ସରକାରଙ୍କ ବଡ଼ ନିଷ୍ପତ୍ତି


(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: କରୋନା ସଂକ୍ରମିତଙ୍କ ସଂଖ୍ୟା ଦିନକୁ ଦିନ ସାରା ଦେଶରେ ଥମିବାର ନାମ ନେଉନାହିଁ । ଏହାକୁ ରୋକିବା ପାଇଁ ପ୍ରତ୍ୟେକ ରାଜ୍ୟ ସରକାର ଲୋକମାନଙ୍କୁ ଟୀକାକରଣ କରାଉଛନ୍ତି । ଏପରି ସ୍ଥିତିରେ ଛତିଶଗଡ ସରକାର ବଡ଼ ନିଷ୍ପତ୍ତି ନେଇଛନ୍ତି । ତେବେ ଆଦିବାସୀ କଲ୍ୟାଣ ବିଭାଗର ଅଧିକାରୀ ତାଙ୍କ କର୍ମଚାରୀଙ୍କୁ COVID-19 ବିରୋଧରେ ଟୀକାକରଣ କରିବାକୁ ବାଧ୍ୟତାମୂଳକ କରିଛନ୍ତି । ଯଦି କର୍ମଚାରୀମାନେ ଟୀକାକରଣ ନ କରନ୍ତି ତାହାଲେ ତାଙ୍କର ପରବର୍ତ୍ତୀ ମାସର ଦରମା ପାଇବକୁ ରଦ୍ଦ କରାଯିବ ବୋଲି ଛତିଶଗଡର ଆଦିବାସୀ ଡେପୁଟି ଅଫିସର ସ୍ପୋଷ୍ଟ୍ କରିଛନ୍ତି ।ଏହା ସହ ଜିଲ୍ଲାରେ ଥିବା ଆଦିବାସୀ କଲ୍ୟାଣ ବିଭାଗ ଦ୍ୱାରା ପରିଚାଳିତ କାର୍ଯ୍ୟାଳୟ, ଆବାସିକ ବିଦ୍ୟାଳୟ ଏବଂ ହଷ୍ଟେଲରେ କାର୍ଯ୍ୟ କରୁଥିବା କର୍ମଚାରୀମାନେ ତାଙ୍କ ଟୀକାକରଣ ପ୍ରମାଣ ପତ୍ରକୁ ତାଙ୍କ କାର୍ଯ୍ୟାଳୟରେ ଦାଖଲ କରିବାକୁ କମିଶନର ନିର୍ଦେଶ ଦେଇଛନ୍ତି । ଅନ୍ୟପଟେ ମାରୱାହି ଜିଲ୍ଲାର ଆସିଷ୍ଟାଣ୍ଟ କମିଶନର କେ.ଏସ୍ ମାସ୍ରାମଙ୍କ ଦ୍ବାରା ଜାରି କରାଯାଇଥିବା ଏହି ଆଦେଶ ବର୍ତ୍ତମାନ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । କମିଶନରଙ୍କ ଏପରି ନିଷ୍ପତ୍ତିକୁ ଅନେକ ଲୋକ ସ୍ଵାଗତ କରୁଥିବା ବେଳେ କିଛି ଲୋକ ଏହାକୁ ବିରୋଧ କରୁଛନ୍ତି । ଏସବୁ ଭିତରେ ସବୁଠାରୁ ରୋଚକ କଥାଟି ହେଉଛି ଏହି ନିର୍ଦେଶ ନାମା ଜାରି ହେଲା ପରେ 95% କର୍ମଚାରୀ ଟିକା ନେଇଛନ୍ତି। କେବଳ ଏତିକି ନୁହେଁ ବରଂ ଆସନ୍ତା ମାସର କର୍ମଚାରୀଙ୍କ ବେତନକୁ ଅଟକାଇବା ବଦଳରେ ସମସ୍ତଙ୍କୁ ତାଙ୍କ ବେତନ ଦିଆଯିବ । କାହିଁକି ନା ସମସ୍ତ ଅଧିକାରୀ ଏବଂ କର୍ମଚାରୀଙ୍କୁ ଟୀକାକରଣ କରିବା ହିଁ ମୂଳ ଉଦ୍ଦେଶ୍ୟ ଥିଲା ବୋଲି ଅଧିକାରୀ ଜଣ ଙ୍କ କହିଛନ୍ତି । ବାସ୍ତବରେ କ ରୋନା ସଂକ୍ରମଣକୁ ରୋକିବା ଏବଂ ଏହା ବିରୁଦ୍ଧରେ ଲଢେଇ କରିବାର ଏହା ହେଉଛି ଏକ ଅଭିନବ ପ୍ରୟାସ ।

Related Posts