ଏମିତି ଗୋଟିଏ ଦିନ ନାହିଁ ଯେଉଁ ଦିନ ବିଜେପି ନେତା ଇସ୍ତଫା ଦେଇ ନଥିବେ: ଶରଦ ପାୱାର

ନୂଆଦିଲ୍ଲୀ(ସତ୍ୟପାଠ ବ୍ୟୁରୋ): ୟୁପି ନିର୍ବାଚନ ପୂର୍ବରୁ ବିଜେପି ବିଧାୟକଙ୍କ ଦଳ ଛାଡିବା ପ୍ରକ୍ରିୟା ତୀବ୍ର ହୋଇଛି। ଏହାର ପୂରାପୂରି ଲାଭ ବିରୋଧୀ ଉଠାଇବା ପାଇଁ ରଣନୀତି ଆରମ୍ଭ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଏନସିବି ଏନେଇ ବିଜେପିକୁ ଟାର୍ଗେଟ କରିଥିବାର ଦେଖିବାକୁ ମିଳିଛି । ତେବେ ଏମିତି ଦିନ ନାହିଁ ଯେଉଁ ଦିନ ବିଜେପି ନେତା ଇସ୍ତଫା ଦେଇ ନଥିବେ । ଲଗାତାର ଭାବରେ ବିଜେପି ନେତା ଦଳ ଛାଡ଼ିବାରେ ଲାଗିଛନ୍ତି । ଉଦହରଣ ସ୍ୱରୁପ ଆମେ ଉତ୍ତରପ୍ରଦେଶକୁ ଦେଖିପାରିବା । କିପରି ଜଣେ ପରେ ଜଣେ ନେତା ଦଳ ଛାଡ଼ିବାରେ ଲାଗିଛନ୍ତି । ବିଧାୟକମାନେ ଅନ୍ୟ ଦଳରେ ଯୋଗଦେବା ପାଇଁ ବିଜେପି ଛାଡ଼ିବାରେ ଲାଗିଛନ୍ତି । ସେପଟେ ଆଜି ହିଁ ଚାରିଜଣ ବିଜେପି ବିଧାୟକ ଦଳ ଛାଡ଼ିଥିବାର କଥା ସାମ୍ନାକୁ ଆସିଛି ବୋଲି କଟାକ୍ଷ କରି ଶରଦ ପାୱାର କହିଛନ୍ତି ।

ଅନ୍ୟପଟେ ସମାଜବାଦୀ ପାର୍ଟି ସହ ଏନସିବି ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଛି । ଏବଂ ଗୋଟିଏ ସିଟ୍ ଘୋଷଣା କରାଯାଇଛି ଏବଂ ଅନ୍ୟ ସିଟ୍ ପାଇଁ ଆଲୋଚନା ଚାଲିଛି ବୋଲି ଏନସିବି ନେତା ନବାବ ମଲ୍ଲିକ କହିଛନ୍ତି । ଏହାପୂର୍ବରୁ ଜାନୁଆରୀ ୧୧ ରେ ପୱାର ମଧ୍ୟ ଗଣମାଧ୍ୟମର କଥାବାର୍ତ୍ତା ସମୟରେ ଉତ୍ତରପ୍ରଦେଶରେ ହେବାକୁ ଥିବା ନିର୍ବାଚନ ସମ୍ପର୍କରେ ଏକ ଗୁରୁତ୍ୱପୂର୍ଣ୍ଣ ବକ୍ତବ୍ୟ ରଖିଥିଲେ। ସେ କହିଛନ୍ତି ଯେ ୟୁପିର ଲୋକମାନେ ବର୍ତ୍ତମାନ ପରିବର୍ତ୍ତନ ଚାହୁଁଛନ୍ତି। ଆମେ ମଧ୍ୟ ରାଜ୍ୟରେ ପରିବର୍ତ୍ତନ ଦେଖିବାକୁ ଚାହୁଁଛୁ । ବିଜେପିକୁ ଟାର୍ଗେଟ କରି ସେ କହିଛନ୍ତି ଯେ ଉତ୍ତରପ୍ରଦେଶରେ ସାମ୍ପ୍ରଦାୟିକ ପୋଲାରାଇଜେସନ୍ ସୃଷ୍ଟି କରିବାକୁ ଚେଷ୍ଟା କରାଯାଉଛି। ରାଜ୍ୟବାସୀ ଏହା ଉପରେ ଉପଯୁକ୍ତ ଉତ୍ତର ଦେବେ।

Related Posts