କୋଲକାତା : ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ କ୍ୟାବିନେଟର କରିବେ ଅଦଳ ବଦଳ । ଶିକ୍ଷକ ଘୋଟାଲା ମାମଲାରେ ପାର୍ଥ ଚାଟାର୍ଜୀ ଗିରଫ ହେବା ପରେ ତାଙ୍କୁ ଦଳରୁ ଓ କ୍ୟାବିନେଟରୁ ବାହାର କରି ଦେଇଥିଲେ ମମତା ବାନାର୍ଜୀ । ତେବେ ଏବେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଖବରଦାତା ସମ୍ମିଳନୀ ଡକାଇ ବୁଧବାର ତାଙ୍କ କ୍ୟାବିନେଟରେ ପରିବର୍ତ୍ତନ କରିବେ ବୋଲି ଘୋଷଣା କରିଛନ୍ତି ।

ମମତା କହିଛନ୍ତି ପାର୍ଥ ଜେଲରେ, ସୁବ୍ରତ ଦା, ସାଧନ ଦାଙ୍କ ମୃତ୍ୟୁ ହୋଇଗଲା, ଏମିତି ପାର୍ଥଙ୍କ ମନ୍ତ୍ରଣାଳୟ ମୋ ହାତରେ, ମୁଁ ଏକେଲା କେତେ ବିଭାଗ ସମ୍ଭାଳିବି । ଏବେ ଅନେକ ବିଭାଗ ଖାଲି ପଡିଛି । ସେ ଆହୁରି ମଧ୍ୟ କହିଛନ୍ତି ୪-୫ ମନ୍ତ୍ରୀଙ୍କୁ ଦଳର କାମରେ ଲାଗାଇବି ଓ ୩-୪ ନୂଆ ମୁହଁଙ୍କୁ ଆଣିବି । ବୁଧବାର କ୍ୟାବିନେଟ ଅଦଳବଦଳ କରାଯିବ । ଏହା ବ୍ୟତୀତ ଖବରଦାତା ସମ୍ମିଳନୀରେ ମମତା ରାଜ୍ୟର ୭ ନୂଆ ଜିଲାର ଘୋଷଣା କରିଛନ୍ତି ।