ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବାକୁ ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବେ ଓଡ଼ିଶା ବିଧାନସଭାର ୨୬ ବିଧାୟକ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆସନ୍ତାକାଲି ଦିଲ୍ଲୀ ଗସ୍ତରେ ଯିବେ ଓଡ଼ିଶା ବିଧାନସଭାର ୨୬ ଜଣ ବିଧାୟକ । ଓଡ଼ିଶା ବିଧାନସଭା ପକ୍ଷରୁ ନବନିର୍ବାଚିତ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇବାକୁ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କ ନେତୃତ୍ୱରେ ୨୬ ଜଣ ବିଧାୟକ ମଣ୍ଡଳୀ ଦିଲ୍ଲୀ ଗସ୍ତରେ ଯିବେ । ୩ ତାରିଖରେ ରାଷ୍ଟ୍ରପତିଙ୍କୁ ଭେଟି ୪ ତାରିଖରେ ଭୁବନେଶ୍ୱର ଫେରିଆସିବାର କାର୍ଯ୍ୟକ୍ରମ ରହିଛି । ତେବେ ଏହି ଗସ୍ତରେ ସାମିଲ ହେବାକୁ ଥିବା ୨୬ ଜଣ ବିଧାୟକଙ୍କ ମଧ୍ୟରେ ବିଜେଡିର ୧୫ ଜଣ ବିଧାୟକ, କଂଗ୍ରେସର ୩, ବିଜେପିର ୬ ଏବଂ ସିପିଆଇର ଜଣେ ବିଧାୟକ ରହିଛନ୍ତି । ଏହି ଗସ୍ତର ସମସ୍ତ ଖର୍ଚ୍ଚ ବିଧାନସଭା ସଚିବାଳୟ ପକ୍ଷରୁ ବହନ କରାଯିବନେଇ ସୂଚନା ମିଳିଛି ।

Related Posts