ଦ୍ୱାଦଶ ବୋର୍ଡ ପରୀକ୍ଷା ସୂଚୀ ରେ ହେବ ସାମାନ୍ୟ ପରିବର୍ତ୍ତନ: ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା

ଭୁବନେଶ୍ବର: ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ, ସ୍ଵାଭାବିକ ହେବାରେ ଲାଗିଛି ସ୍ଥିତି । ଏହାରି ମଧ୍ୟରେ ସ୍କୁଲ୍ ଓ କଲେଜ୍ ଖୋଲିଛି ତେବେ ଆଗକୁ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବାକୁ ଥିବା ବେଳେ, ପରୀକ୍ଷା ପ୍ରସ୍ତୁତି ନେଇ ଗଣଶିକ୍ଷା ମନ୍ତ୍ରୀଙ୍କ ସୂଚନା ଦେଇଛନ୍ତି । ତେବେ ଦ୍ୱାଦଶ ବିଜ୍ଞାନ ପରୀକ୍ଷା ସୂଚୀ ବଦଳିପାରେ ବୋଲି ସେ ସଂକେତ ଦେଇଛନ୍ତି । ସେ କହିଛନ୍ତି ୧୫୮୬ କଲେଜର ପିଲା ଦ୍ୱାଦଶ ବୋର୍ଡ ପରୀକ୍ଷା ଦେବେ ।

୧୧୪୮ଟି ପରୀକ୍ଷା କେନ୍ଦ୍ରରେ ଦ୍ୱାଦଶ ବୋର୍ଡ ପରୀକ୍ଷା ଅନୁଷ୍ଠିତ ହେବ । ଏମିତିକି ସିସିଟିଭି ସ୍କାନରରେ ରହିବ ସବୁ ପରୀକ୍ଷା କେନ୍ଦ୍ର । ତେବେ ପରୀକ୍ଷା ସୂଚୀରେ ସାମାନ୍ୟ ପରିବର୍ତ୍ତନ ହୋଇପାରେ । CHSEକୁ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ଏହି ନିର୍ଦ୍ଦେଶ ଦେଇଛନ୍ତି। ନିର୍ଦ୍ଧାରିତ ପରୀକ୍ଷା ସୂଚୀରେ ଅଳ୍ପ ବ୍ୟବଧାନ ଥିବାରୁ ଏଭଳି ନିଷ୍ପତ୍ତି ହୋଇଛି ବୋଲି ମନ୍ତ୍ରୀ କହିଛନ୍ତି।

ସୂଚନାଯୋଗ୍ୟ, ରାଜ୍ୟରେ ସଂକ୍ରମଣ କମୁଥିବା ବେଳେ, ସ୍କୁଲ ଓ କଲେଜ୍ ସ୍ଵାଭାବିକ ଆଡ଼କୁ ଗତି କରୁଛି । ପରୀକ୍ଷା ଓ କ୍ଲାସ ସବୁ ଆଫ୍ଲାଇନ୍ ରେ କରିବାକୁ ସରକାର ନିଷ୍ପତି ନେଇଛନ୍ତି।

Related Posts