ଭାରତ ଖୋଲାଖୋଲି ଭାବେ ରୁଷ ଆକ୍ରମଣର ନିନ୍ଦା କରୁ: ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସାଂସଦ ରୋ ଖନ୍ନା

ରୁଷ-ୟୁକ୍ରେନ ମଧ୍ୟରେ ଜାରୀ ରହିଛି ଯୁଦ୍ଧ । ୟୁକ୍ରେନ ପଛକୁ ହଟି ବାର ନା ଧରୁନଥିବା ବେଳେ, ଋଷ ଆକ୍ରୋଶ ମୂଳକ ଭାବେ ୟୁକ୍ରେନ ଉପରକୁ ଆକ୍ରମଣ କରି ଚାଲିଛି । ତେବେ ଶାନ୍ତି ପ୍ରତିଷ୍ଠା ଲାଗି ଉଭୟଙ୍କ ମଧ୍ୟରେ ବସୁଥିବା ବୈଠକ ବିଫଳ ହୋଇଛି ।

ତେବେ ଯୁଦ୍ଧ ଆରଂଭ ହେବା ଦିନ ଠୁ ଏହି ଯୁଦ୍ଧ ପ୍ରସଙ୍ଗକୁ ନେଇ ଭାରତ ବର୍ତ୍ତମାନସୁଦ୍ଧା ନିରପେକ୍ଷ ନୀତି ଆପଣାଇଛି । ଉଭୟ ଦେଶକୁ ଭାରତ ସରକାର କେବଳ ଶାନ୍ତି ଅପିଲ କରୁଛନ୍ତି । ଜାତିସଂଘ ଭୋଟିଂରୁ ମଧ୍ୟ ଭାରତ ନିଜକୁ ଦୂରେଇ ରଖୁଛି । ଭାରତର ଏଭଳି ନୀତିକୁ ଆମେରିକା ଦୃଢ଼ ନିନ୍ଦା କରିଛି । ଭାରତୀୟ ବଂଶୋଦ୍ଭବ ଆମେରିକୀୟ ସାଂସଦ ରୋ ଖନ୍ନା କହିଛନ୍ତି, ଭାରତ ଖୋଲାଖୋଲି ଭାବେ ରୁଷ ଆକ୍ରମଣର ନିନ୍ଦା କରୁ । ଭାରତ ରୁଷ ଏବଂ ଚୀନ୍‌ରୁ ତେଲ ଆମଦାନୀ କରିବା ମଧ୍ୟ ବନ୍ଦ କରୁ ।

ସେ ଆହୁରି ମଧ୍ୟ କହିଛନ୍ତି ଯେ, ଯେତେବେଳେ ଚୀନ୍‌ ଭାରତ ଉପରେ ଆକ୍ରମଣ କରିଥିଲା ସେତେବେଳେ ଆମେରିକା ଭାରତ ସାଥୀରେ ଥିଲା, ଏଭଳି ପରିସ୍ଥିତିରେ ରୁଷ ଭାରତର ସାଥ୍‌ ଦେଇନଥିଲା । ଏଣୁ ଭାରତ କାହା ସପକ୍ଷରେ ରହିବ ଏକଥା ପୁଣିଥରେ ବିଚାର କରୁ । ଭାରତ ରୁଷଠାରୁ ଅସ୍ତ୍ରଶସ୍ତ୍ର କିଣିବା ବନ୍ଦ କରି ଆମେରିକାଠାରୁ ଅସ୍ତ୍ର କିଣିବା ଆରମ୍ଭ କରୁ । ରୁଷ ବିରୋଧରେ ସ୍ୱରକୁ ସୁଦୃଢ଼ କରିବାକୁ ଆମେରିକାକୁ ଭାରତର ସହାୟତା ଆବଶ୍ୟକ ବୋଲି ସେ କହିଛନ୍ତି । ଅନ୍ୟପଟେ ପୁର୍ବରୁ ଆମେରିକା ଏନେଇ ଭାରତ ଉପରେ ଚାପ ପକେଇ ଆସିଚି । ମାତ୍ର ଭାରତ ଆରଂଭରୁ ନିଜ ଆଭିମୁଖ୍ୟ କୁ ଉପସ୍ଥାପନା କରିଚି । ପରଷ୍ପର ଦେଶ ଆଲୋଚନା ମାଧ୍ୟମରେ ସମାଧାନ କରିବାକୁ ପରାମର୍ଶ ଦେଇଛି ।

Related Posts