ଶପଥ ଗ୍ରହଣ ପାଇଁ ଆଜମ ଖାନଙ୍କୁ ବିଧାନସଭା ଯିବାକୁ ଅନୁମତି ଦେଲେ ନାହିଁ କୋର୍ଟ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ସମାଜବାଦୀ ପାର୍ଟି ନେତା ଆଜମ ଖାନଙ୍କୁ ବଡ଼ ଝଟକା ମିଳିଛି । ତେବେ ଶପଥ ଗ୍ରହଣ କରିବା ପାଇଁ ବିଧାନସଭା ଯିବାକୁ କୋର୍ଟ ଅନୁମତି ଦେଇ ନାହାନ୍ତି । ଅର୍ଥାତ କୋର୍ଟ ଜେଲ ପ୍ରଶାସନର ଆବେଦନକୁ ଖାରଜ କରିଛନ୍ତି, ଯେଉଁଥିରେ ଶପଥ ଗ୍ରହଣ ପାଇଁ ଆଜମ ଖାନଙ୍କୁ ବିଧାନସଭାକୁ ନେବାକୁ ଅନୁମତି ଲୋଡ଼ାଯାଇଥିଲା। କୋର୍ଟ ନିର୍ଦ୍ଦେଶ ଦେଇଛନ୍ତି ଯେ ଆଜମ ଖାନ ଜେଲରୁ ଯାଇ ବିଧାନସଭାରେ ଶପଥ ନେଇପାରିବେ ନାହିଁ । ସେପଟେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ପ୍ରଥମେ ବିଧାୟକ ଭାବରେ ଶପଥ ନେଇଥିଲେ । ଏହା ପରେ ବିରୋଧୀଦଳର ନେତା ଭାବେ ଅଖିଳେଶ ଯାଦବ ଶପଥ ନେଇଥିଲେ ।

ପ୍ରଥମ ଦିନରେ ୩୪୩ ଜଣ ବିଧାୟକ ଶପଥ ନେବା ପରେ ଆଜି ମଧ୍ୟ କିଛି ବିଧାୟକ ଶପଥ ନେଉଛନ୍ତି । ଆଉ ଆଜି ଆଜମ ଖାନ ଶପଥ ନେବାର ଥିଲା । ତେବେ ନାହିଦ ହାସନ, ଆଜାମ ଖାନଙ୍କ ପରି କିଛି ବିଧାୟକ ଜେଲରେ ଅଛନ୍ତି। ସେମାନଙ୍କର ଶପଥ ଗ୍ରହଣ ଏପର‌୍ୟ୍ୟନ୍ତ ହୋଇନାହିଁ । ଉଲ୍ଲେଖନୀୟ କଥା ହେଉଛି, ଆଜମ ଖାନ ପୂର୍ବରୁ ରାମପୁରର ଲୋକସଭା ସାଂସଦ ଥିଲେ। ନିକଟରେ ସେ ଲୋକସଭା ସଦସ୍ୟତାରୁ ଇସ୍ତଫା ଦେଇଛନ୍ତି। ଆଜମ ଖାନ ବର୍ତ୍ତମାନ ସୀତାପୁର ଜେଲରେ ଅଛନ୍ତି। ଏ ଖବର ସାମ୍ନାକୁ ଆସିବା ପରେ ରାଜ୍ୟାର ରାଜନୀତି ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts