ଗୁରୁତର ହେବ ବିଦୁ୍ୟତ ସଙ୍କଟ; ୟୁପି ହରଦୁଆଗଞ୍ଜ ଥର୍ମାଲ ପ୍ରୋଜେକ୍ଟର ବଡ଼ ୟୁନିଟ୍ ବନ୍ଦ !

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଗୁରୁତର ହେବ ବିଦୁ୍ୟତ ସଙ୍କଟ । ଉତ୍ତରପ୍ରଦେଶକୁ ବିଦ୍ୟୁତ ଯୋଗାଇ ଦେଉଥିବା ହରଦୁଆଗଞ୍ଜ ଥର୍ମାଲ ପାୱାର ପ୍ଲାଣ୍ଟର ବଡ଼ ୟୁନିଟ୍ କୋଇଲା ଅଭାବ ଯୋଗୁ ବନ୍ଦ ହୋଇଯାଇଛି। ଅସହ୍ୟ ଗ୍ରୀଷ୍ମରେ ବିଦ୍ୟୁତର ଚାହିଦା ବଢୁଥିବା ବେଳେ ଉତ୍ପାଦନ ବନ୍ଦ ହେବା ରାଜ୍ୟ ଗୁରୁତର ବିଦ୍ୟୁତ ସଂକଟକୁ ଠେଲି ହୋଇଯାଇଛି। ପୂର୍ବରୁ ୬୬୦ ମେଗାୱାଟ ଉତ୍ପାଦନ କ୍ଷମ ଏକ ୟୁନିଟ୍ ବନ୍ଦ ହେବା ଯୋଗୁ ରାଜ୍ୟରେ ବିଦ୍ୟୁତକାଟ ଲାଗି ରହିଥିଲା। ଏଥିରେ ଏବେ ବଡ଼ ୟୁନିଟ୍ ବନ୍ଦ ହେବା ରାଜ୍ୟ ଲାଗି ସତର୍କ ଘଣ୍ଟି ସାବ୍ୟସ୍ତ ହୋଇଛି। ସେପଟେ ବିଦ୍ୟୁତ ସଂକଟ ଏବେ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟ ନାଥଙ୍କୁ ମଧ୍ୟ ଚିନ୍ତିତ କରିଛି। ଶନିବାର ମୁଖ୍ୟମନ୍ତ୍ରୀ ସମ୍ମିଳନୀରେ ଭାଗ ନେବା ପାଇଁ ଯୋଗୀ ଦିଲ୍ଲୀ ଯାଇଥିବା ବେଳେ ପ୍ରସଙ୍ଗରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହଙ୍କୁ ଭେଟିଛନ୍ତି। ରାଜ୍ୟର ବିଦ୍ୟୁତ ସଂକଟ ନେଇ ଶାହଙ୍କ ସହ ଯୋଗୀ ବିସ୍ତୃତ ଆଲୋଚନା କରିଛନ୍ତି। ଏହି ସାକ୍ଷାତ ଆଲୋଚନାରେ ଅନେକ ପ୍ରସଙ୍ଗରେ ମୁଖ୍ୟମନ୍ତ୍ରୀ ଆଲୋଚନା କରିଥିଲେ ବି ବିଦ୍ୟୁତ ସଂକଟ ପ୍ରାଥମିକତା ଥିଲା।କେବଳ ଗୃହମନ୍ତ୍ରୀ ନୁହନ୍ତି କେନ୍ଦ୍ର ଶକ୍ତି ମନ୍ତ୍ରୀ ଆର.କେ.ସିଂହଙ୍କୁ ମଧ୍ୟ ଭେଟିଛନ୍ତି।

ଏହି ଅବସରରେ ଚାହିଦା ଅନୁରୂପ ବିଦ୍ୟୁତ ଯୋଗାଇ ଦେବାକୁ ଯୋଗୀ ନିବେଦନ କରିଛନ୍ତି। ଏହା ଉପରେ ଧ୍ୟାନ ଦେବେ ବୋଲି ଶକ୍ତିମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିବା ଜଣାପଡିଛି। କୋଇଲା ସଂକଟ ଯୋଗୁ ଉତ୍ତରପ୍ରଦେଶରେ ବିଦ୍ୟୁତ ଉତ୍ପାଦନ ପ୍ରଥମରୁ ହିଁ ପ୍ରଭାବିତ ଥିଲା। ଏଣୁ ଗତ ଏପ୍ରିଲ ୨୪ ତାରିଖରୁ ୬୬୦ ମେଗାୱାଟ ଉତ୍ପାଦନ ପ୍ରକଳ୍ପ ବନ୍ଦ ହୋଇଯାଇଥିଲା। ଏଥିରେ ଏବେ ଶନିବାର ବିଳମ୍ବିତ ରାତ୍ରିରେ ୯ ନମ୍ବର ୟୁନିଟ ଅଚାନକ ଟ୍ରିପ କରିଯିବା ଯୋଗୁ ବନ୍ଦ ହୋଇଯାଇଛି।ଏହି ୟୁନିଟିରୁ ସବୁଠୁ ଅଧିକ ବିଦ୍ୟୁତ ଉତ୍ପାଦନ ହେଉଥିଲା। ପ୍ରଦେଶରେ ବିଦ୍ୟୁତ ସଂକଟ କାଳରେ ୯ ନମ୍ବର ୟୁନିଟ୍ ବନ୍ଦ ହୋଇଯିବା ରାଜ୍ୟର ସଂକଟକୁ ଗୁରୁତର କରିଛି। ଏହି ପ୍ରକଳ୍ପରୁ ୧୨୭୦ ମେଗାୱାଟ ବିଦ୍ୟୁତ ଉତ୍ପାଦିତ ହୋଇଥାଏ। ଏଥିରୁ ଦୁଇଟି ୟୁନିଟ୍ ବନ୍ଦ ହୋଇଯିବା ପରେ ଅଧାରୁ ବି କମ୍ ବିଦ୍ୟୁତ ଉତ୍ପାଦିତ ହେଉଛି। ସେହିପରି କୋଇଲା ଅଭାବ ଯୋଗୁ କାସିମପୁର ପାୱାର ହାଉସ୍‌ର ୧୧୦ ନମ୍ବର ୟୁନିଟି ଅନେକ ସମୟରୁ ବନ୍ଦ ହୋଇଗଲାଣି। ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୈତିକ ମାହୋଲ ବେଶ ଚଳଚଞ୍ଚଳ ହୋଇ ଉଠିଛି ।

Related Posts