ନୂତନ ବାଚସ୍ପତି ରେସରେ ଏହି ୪ ନେତା

ଭୁବନେଶ୍ୱର(ସତପାଠ ବ୍ୟୁରୋ): ରାଜ୍ୟ ମନ୍ତ୍ରୀମଣ୍ଡଳର ସମସ୍ତ ମନ୍ତ୍ରୀ ଇସ୍ତଫା ଦେଇଛନ୍ତି । ଏହା ମଧ୍ୟରେ ବାଚସ୍ପତି ସୂର‌୍ୟ୍ୟନାରାୟଣ ପାତ୍ର ଇସ୍ତଫା ଦେଇଥିବା ବେଳେ କିଏ ହେବେ ପରବର୍ତ୍ତୀ ବାଚସ୍ପତି ତାକୁ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି । ରେସରେ ୪ରୁ ଅଧିକ ବରିଷ୍ଠ ନେତା ଥିବା ବେଳେ ମହିଳା କାର୍ଡ ଖେଳିବା ନେଇ ସମ୍ଭାବନା ଦେଖାଦେଇଛି । ତେବେ ଅନେକ ବରିଷ୍ଠ ନେତା ମଧ୍ୟ ବାଚସ୍ପତି ରେସରେ ଅଛନ୍ତି । ତେବେ, ରେସରେ ସବୁଠୁ ଆଗରେ ରହିଛନ୍ତି ପ୍ରଦୀପ ଅମାତ, ଅମର ଶତପଥୀ, ପ୍ରଫୁଲ୍ଲ ମଲ୍ଲିକ । ଯଦି ମହିଳାଙ୍କୁ ସୁଯୋଗର କଥା କୁହାଯାଏ ବରିଷ୍ଠ ବିଧାୟିକା ତଥା ସରକାରୀ ଦଳର ମୁଖ୍ୟ ସଚେତକ ଥିବା ପ୍ରମିଳା ମଲ୍ଲିକଙ୍କୁ ସୁଯୋଗ ମିଳିପାରେ । ଯେହେତୁ ୨୦୨୪ ନିର୍ବାଚନ ପୂର୍ବରୁ ନବୀନ ମହିଳାଙ୍କୁ ସଶକ୍ତିକରଣକୁ ଗୁରୁତ୍ୱ ଦେଉଛନ୍ତି ତା ସହ ପ୍ରତିଟି କ୍ଷେତ୍ରରେ ୩୩ପ୍ରତିଶତ ସଂରକ୍ଷଣର କଥା ଆସୁଛି ତେଣୁ ପ୍ରମିଳାଙ୍କ ବାଚସ୍ପତି ହେବା ମଧ୍ୟ ଏକପ୍ରକାର ଚର୍ଚ୍ଚା ହେଉଛି । ସେହିଭଳି ପ୍ରଦୀପ ଅମାତ ପୂର୍ବରୁ ୨ଥର ବାଚସ୍ପତି ଥିବା ବେଳେ ଅଭିଜ୍ଞତା ଦୃଷ୍ଟିରୁ ତାଙ୍କୁ ସୁଯୋଗ ମିଳିପାରେ ।

ବୌଦ୍ଧରେ ପଞ୍ଚାୟତ ନିର୍ବାଚନରେ ଦଳ ପାଇଁ ସେ ସଫଳତା ଆଣିଥିବାରୁ ତାଙ୍କୁ ଦଳ ପୁରସ୍କାର ଦେଇପାରେ । ସେହିଭଳି ବଡଚଣାର ବିଧାୟକ ଅମର ଶତପଥୀ ମଧ୍ୟ ବାଚସ୍ପତି ରେସରେ ରହିଛନ୍ତି । ୨୦୧୯ ନିର୍ବାଚନ ବେଳେ ତାଙ୍କୁ ପ୍ରୋଟମ ସ୍ପିକର କରାଯାଇଥିଲା । ତେଣୁ ଜଣେ ଅନୁଭବୀ ବିଧାୟକ ତଥା ନେତା ଭାବେ ସେ ମଧ୍ୟ ବାଚସ୍ପତି ହୋଇପାରନ୍ତି । ଯାଜପୁର ଜିଲ୍ଲାରୁ ଆସୁଥିବା ଅମର ମଧ୍ୟ ଭଲ ପ୍ରଦର୍ଶନ କରିଥିବାରୁ ତାଙ୍କ ନାଁ ମଧ୍ୟ ଚର୍ଚ୍ଚା ହେଉଛି । ଆଉ ଜଣେ ବରିଷ୍ଠ ନେତା ହେଉଛନ୍ତି ପ୍ରଫୁଲ୍ଲ ମଲ୍ଲିକ ଯାହାଙ୍କୁ ନେଇ ମଧ୍ୟ ବେସ ଆଲୋଚନା ହେଉଛି । ପୂର୍ବରୁ ସେ ଖଣି ଓ ଇସ୍ପାତ ବିଭାଗର ମନ୍ତ୍ରୀଥିବା ବେଳେ ବର୍ତ୍ତମାନ ତାଙ୍କୁ ଦଳ ବାଚସ୍ପତି କରିପାରେ ସୂଚନା ମିଳିଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ରାଜ୍ୟରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts