ଶ୍ରୀ ପୁରୁଷୋତ୍ତମ ଜୀଉ ଜଗନ୍ନାଥ ମନ୍ଦିରରେ କଳାକନା ବୁଲାଇଲେ ଚୋର, ଲକ୍ଷାଧିକ ଟଙ୍କା ସହ ସ୍ବର୍ଣ୍ଣ ଅଳଙ୍କାର ଚୋରି

କଟକ : କଟକ ଖାନନଗର ସ୍ଥିତ ଶ୍ରୀ ପୁରୁଷୋତ୍ତମ ଜୀଉ ଜଗନ୍ନାଥ ମନ୍ଦିରରେ କଳାକନା ବୁଲାଇଛନ୍ତି ଚୋର । ମନ୍ଦିର ମୁଖ୍ୟଦ୍ଵାରକୁ ଭାଙ୍ଗି ଚୋରମାନେ ଲକ୍ଷାଧିକ ଟଙ୍କା ଚୋରି କରିବା ସହ ଠାକୁରଙ୍କ ସ୍ବର୍ଣ୍ଣ ଅଳଙ୍କାର ସହିତ ଅନେକ କିଛି ଚୋରୀ କରିନେଇଛନ୍ତି। ଏନେଇ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।

ଖବର ଅନୁଯାୟୀ, ସୋମବାର ସକାଳେ ମନ୍ଦିର ପୂଜକ ଦ୍ୱାର ଖୋଲିଥିଲେ । ଏହି ସମୟରେ ମନ୍ଦିର ଭିତରେ ଥିବା ହୁଣ୍ଡିକୁ ଭାଙ୍ଗି ଦିଆଯାଇଥିବା ଦେଖିଥିଲେ। ଯାହା ଭିତରେ ଥିବା ସମସ୍ତ ଟଙ୍କା ପଇସା ଆଦି ଚୋରୀ ହୋଇଛି। ଏହାପରେ ମୁଖ୍ୟ ପୂଜକ ସ୍ଥାନୀୟ ପୋଲିସକୁ ଖବର ଦେଇଥିଲେ। ପୋଲିସ ଘଟଣାସ୍ଥଳରେ ପହଞ୍ଚି ଛାନ୍‌ଭିନ୍ ଜାରି ରଖିଛି ।

Related Posts