ଏଥର ନିଆରା ଢଙ୍ଗରେ କଟକ ବାଲିଯାତ୍ରା: ୧୫ ମିନିଟ୍ ରେ ୧୦ ହାଜର ଡଙ୍ଗା ପ୍ରସ୍ତୁତ କରି ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ପାଇବାକୁ ଲକ୍ଷ୍ୟ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଚଳିତ ବର୍ଷ ଐତିହାସିକ କଟକ ବାଲିଯାତ୍ରାକୁ ନିଆରା ଢଙ୍ଗରେ ପାଳନ କରିବାକୁ ଯାଉଛି ପ୍ରଶାସନ । ବାଲିଯାତ୍ରା ସମୟରେ ୧୫ ମିନିଟରେ ଦଶ ହଜାର କାଗଜ ଡଙ୍ଗା ପ୍ରସ୍ତୁତ କରି କଟକକୁ ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ଦେବାକୁ ଲକ୍ଷ୍ୟ ରଖିଛି ସିଏମସି । ସେଥିପାଇଁ ଆଜି ସିଏମସିର ସମସ୍ତ କର୍ପୋରେଟର ମାନଙ୍କୁ ତାଲିମ ଦିଆଯାଇଛି । ତେବେ ଏହି ଉଦ୍ୟମକୁ ସମସ୍ତେ ସ୍ୱାଗତ କରିଛନ୍ତି ।ବାଲିଯାତ୍ରାରେ ଡଙ୍ଗା ନିର୍ମାଣ କରି ଗିନିଜ ବୁକ ଅଫ ରେକର୍ଡରେ ସ୍ଥାନ ଦେବା ପାଇଁ ଉଦ୍ୟମ ଆରମ୍ଭ କରିଛି ସିଏମସି । ଆଜି ସେଥିପାଇଁ ସିଏମସିର କର୍ପୋରେଟର ମାନଙ୍କୁ ତାଲିମ ପ୍ରଦାନ କରାଯାଇଛି । ପନ୍ଦର ମିନିଟରେ ଦଶ ହଜାର ଡଙ୍ଗା ନିର୍ମାଣ କରି ଗିନିଜ ବୁକ ଅଫ ରେକର୍ଡ ପାଇଁ ଏହି ପ୍ରୟାସ କରାଯିବ ।

ଏହି ଡଙ୍ଗା ନିର୍ମାଣରେ ସବୁ ବର୍ଗର ଲୋକଙ୍କୁ ସାମିଲ କରାଯିବା ସହ ସ୍କୁଲ ଓ କଲେଜର ଛାତ୍ର ଛାତ୍ରୀ ମାନଙ୍କୁ ଏଥିରେ ସାମିଲ କରାଯିବ ବୋଲି ମେୟର ସୂଚନା ଦେଇଛନ୍ତି। ତେବେ ସିଏମସି ଗ୍ରହଣ କରିଥିବା ପଦକ୍ଷେପକୁ ସବୁ ଦଳର କର୍ପୋରେଟର ସ୍ୱାଗତ କରିଛନ୍ତି । ଆସନ୍ତା ୧୨ତାରିଖରେ ବାରବାଟୀ ଷ୍ଟାଡିୟମରେ ନିର୍ମାଣ ହେବ ଡଙ୍ଗା। ସେଥିପାଇଁ ସବ ବର୍ଗର ଲୋକ ମାନଙ୍କୁ ତାଲିମ ପ୍ରଦାନ କରାଯାଉଛି।ତେବେ ଏହା ଦ୍ୱାରା ଆମ କଟକ ତଥା ରାଜ୍ୟ ବିଶ୍ୱଦରବାରରେ ଅଧିକ ପରିଚିତି ଲାଭ କରିବ ବୋଲି କହିଛନ୍ତି କର୍ପୋରେଟର ।

Related Posts