ନାସିକ ନିକଟରେ ଶାଲିମାର ଏକ୍ସପ୍ରେସରେ ଅଗ୍ନିକାଣ୍ଡ, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶାଲିମାର ଏକ୍ସପ୍ରେସରେ ଅଗ୍ନିକାଣ୍ଡ । ମହାରାଷ୍ଟ୍ରର ନାସିକ ନିକଟରେ ଟ୍ରେନର ଲଗେଜ ବଗିରେ ନିଆଁ ଲାଗିଯାଇଥିବା ସୂଚନା ରହିଛି।ତେବେ ଏଥିରେ କୌଣସି ଯାତ୍ରୀ ଆହତ ହୋଇନଥିବା ବେଳେ ନିଆଁକୁ ଆୟତ୍ତ କରିବା ପାଇଁ ଅଗ୍ନିଶମ ବାହୀନି ଚେଷ୍ଟା ଜାରି ରଖିଛନ୍ତି । ଏନେଇ କେନ୍ଦ୍ରୀୟ ରେଳ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ସୂଚନା ଅନୁସାରେ, ଆଜି ସକାଳ ୮ଟା ୪୩ ମିନିଟ ସମୟରେ ନାସିକ ଠାରେ ଟ୍ରେନର ଲଗେଜ ବଗିରେ ନିଆଁ ଲାଗିଯାଇଥିଲା । ତେବେ ଅଗ୍ନିକାଣ୍ଡରେ ଯାତ୍ରୀବାହୀ ବଗି ପ୍ରଭାବିତ ହୋଇନଥିବା ନେଇ ସୂଚନା ରହିଛି । କେନ୍ଦ୍ରୀୟ ରେଳ ବିଭାଗ ପକ୍ଷରୁ କିହାଯାଇଛି ଯେ,” ନାସିକ ନିକଟରେ ଶାଲିମାର ଏଲଟିଟି ଏକ୍ସପ୍ରେସର ଲଗେଜ୍ ବଗିରେ ନିଆଁ ଲାଗିଥିଲା । ଫଳରେ ଟ୍ରେନ୍ ଠାରୁ ଲଗେଜ୍ କମ୍ପାର୍ଟମେଣ୍ଟ୍ ଅଲଗା ହୋଇଯାଇଥିଲା । କୌଣସି ଯାତ୍ରୀବାହୀ ଯାତ୍ରୀବାହୀ ବଗି ପ୍ରଭାବିତ ହୋଇନାହିଁ ।”

ତେବେ ନିଆଁକୁ ଆୟତ୍ତ କରାଯାଇ ଖୁବ ଶିଘ୍ର ପୁନଃ ଯାତ୍ରା ଆରମ୍ଭ କରିବ ବୋଲି କେନ୍ଦ୍ରୀୟ ରେଳ ବିଭାଗର ମୁଖ୍ୟ ଜନସମ୍ପର୍କ ଅଧିକାରୀ ସୂଚନା ଦେଇଛନ୍ତି । କିଭଳି ଅଗ୍ନିକାଣ୍ଡ ଘଟିଲା ସେନେଇ କୌଣସି ସୂଚନା ନଥିବା ବେଳେ ଅଧିକ ସୂଚନାକୁ ଅପେକ୍ଷା କରାଯାଇଛି ।

Related Posts