ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଏଥର ନିର୍ବାଚନ ଭୟ, ହିଂସା ପ୍ରଲୋଭନ ମୁକ୍ତ ହେବା ଉଚିତ। TMC କୁ ଚେତାବନୀ ଦେଇ ଏପରି କହିଲେ ନିର୍ବାଚନ କମିସନ୍‌। ଏହା ସହ ନିର୍ବାଚନ କମିସନ୍‌ ମଧ୍ୟ ବୁଥ୍‌ କ୍ୟାପଚରିଂ, ବୁଥ୍‌ ଜାମ୍‌ କରିବା ଏବଂ ସୋର୍ସ ଜାମ୍‌ କରିବା ଭଳି ବେଆଇନ କାର୍ଯ୍ୟ ବିରୁଦ୍ଧରେ ଚେତାବନୀ ଦେଇଛନ୍ତି। ଏକ୍ସରେ ଏକ ପୋଷ୍ଟ୍‌ କରି ନିର୍ବାଚନ କମିସନ୍‌ ଲେଖିଛନ୍ତି, ‘ ଏଥର, ପଶ୍ଚିମବଙ୍ଗରେ ନିର୍ବାଚନ ନିଶ୍ଚିତ ଭାବରେ ‘ ଭୟ , ହିଂସା, ଧମକ , ପ୍ରଲୋଭନ’ ମୁକ୍ତ ହେବା ଉଚିତ ଏବଂ ଏବଂ କୌଣସି ଚଢାଉ, ବୁଥ୍ ଜାମିଂ ଏବଂ ସୋର୍ସ ଜାମିଂ ନହେବା ଉଚିତ।