ଦଳ ଛାଡିଲେ ୩ ପୂର୍ବତନ ବିଧାୟକ

କଂଗ୍ରେସକୁ ଝଟକା

ଭୋଟଦାନକୁ ଆଉ ମାତ୍ର କିଛିଦିନ ବାକି ରହିଛି । ରାଜନୈତିକ ଉଷ୍ମତା ମଧ୍ୟ ବୃଦ୍ଧି ପାଉଛି । ବିଭିନ୍ନ ରାଜନୈତିକ ଦଳ ନିଜର ଶକ୍ତି ବୃଦ୍ଧି ପାଇଁ କଳବଳ କୌଶଳ ଲଗାଇ ଦେଇଛନ୍ତି ।

ରାଜ୍ୟରେ ବିଜେଡି ଏବଂ ବିଜେପି ନିଜର ପ୍ରଚାର ଅଭିଯାନକୁ ତ୍ୱରାନ୍ୱିତ କରିବା ସହ ଅନେକ ଟାଣୁଆ ନେତାଙ୍କୁ ଦଳରେ ସାମିଲ କରୁଛି । କିନ୍ତୁ କଂଗ୍ରେସର ସ୍ଥିତି ଏହାର ବିପରୀତ ରହିଛି । ଦଳର ଅନେକ ତୁଙ୍ଗ ନେତା ପିସିସିରୁ ମୋହଭଙ୍ଗ କରିଛନ୍ତି । ଆଜି ତିନିଜଣ ପୂର୍ବତନ ବିଧାୟକ ଦଳରୁ ଇସ୍ତଫା ଦେଇଛନ୍ତି ।

ନିର୍ବାଚନକୁ ନଜରରେ ରଖି କଂଗ୍ରେସର ତରଫରୁ ବିଭିନ୍ନ ଲୋକସଭା ଏବଂ ବିଧାନସଭା ଆସନ ପାଇଁ ଟିକେଟ ବଣ୍ଟାଯାଇଛି । ତେବେ ଟିକେଟ ନ ପାଇ ଅନେକ କର୍ମୀ ଏବଂ ନେତା ଅସନ୍ତୁଷ୍ଟ ରହିଛନ୍ତି । ଆଜି ଦଳର ତିନିଜଣ ପୂର୍ବତନ ବିଧାୟକ ଦଳ ଛାଡିଛନ୍ତି ।

ପୂର୍ବତନ ବିଧାୟକ ଗୋବର୍ଦ୍ଧନ ଦାସଙ୍କ ସମେତ କୁମରମଣି ଶବର ଏବଂ ଯୁଗରାମ ବେହେରା ଦଳରୁ ଇସ୍ତଫା ଦେଇଛନ୍ତି । ଏହାସହ କଳାହାଣ୍ଡି ଜିଲ୍ଲାର ଶତାଧିକ କର୍ମୀ ମଧ୍ୟ ଦଳରୁ ଇସ୍ତଫା ଦେଇଛନ୍ତି । ଟିକେଟ ବଣ୍ଟନରେ ହୋଇଥିବା ଅନିୟମିତତା ପ୍ରତିବାଦରେ ସେମାନେ ଏହି ଚରମ ନିଷ୍ପତି ନେଇଛନ୍ତି ।

ଟଙ୍କା ନେଇ ଟିକେଟ୍ ବଣ୍ଟା ଯାଉଥିବା ଅଭିଯୋଗ କରି ୩ ଜଣ ପୂର୍ବତନ ବିଧାୟକ ଏବଂ କର୍ମୀ ଆଜି ରାଜ୍ୟ ପିସିସି କାର୍ଯ୍ୟାଳୟକୁ ଆସି ସେମାନଙ୍କ ଇସ୍ତଫା ଦେଇଛନ୍ତି । ତେବେ ଏନେଇ ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ପ୍ରତିକ୍ରିୟା ମିଳିପାରିନି ।

Related Posts