ଅଫଲାଇନ ପରୀକ୍ଷାକୁ ବିରୋଧ କରି ରାଜଧାନୀରେ ଯୁକ୍ତ ୩ ଛାତ୍ରଛାତ୍ରୀଙ୍କ ବିକ୍ଷୋଭ ପ୍ରଦର୍ଶନ

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଅଫଲାଇନ ପରୀକ୍ଷାକୁ ବିରୋଧ କରି ରାଜଧାନୀରେ ଯୁକ୍ତ ତିନି ଛାତ୍ରଛାତ୍ରୀ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ରାଜ୍ୟର ଅନେକ ସ୍ଥାନମାନଙ୍କରେ ଛାତ୍ରଛାତ୍ରୀମାନେ ତାଙ୍କର ପରୀକ୍ଷା ପାଇଁ ବିକ୍ଷୋଭ କରିଆସୁଛନ୍ତି । କିଏ ଅଫଲାଇନ ପରୀକ୍ଷା କରାଯାଉ ବୋଲି ଦାବି କରୁଥିବାବେଳେ ଆଉ କିଏ ଅନଲାଇନରେ ପରୀକ୍ଷା କରାଯାଉ ବୋଲି ଦାବି କରୁଛନ୍ତି ।

ଏହା ମଧ୍ୟରେ ପରୀକ୍ଷା ଦାବିରେ ଯୁକ୍ତ ତିନି ଛାତ୍ରଛାତ୍ରୀମାନେ ରାଜଧାନୀରେ ବିକ୍ଷୋଭ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । କରୋନା ସମୟରେ ଅଫଲାଇନ୍ ପରୀକ୍ଷାକୁ ବିରୋଧ କରିଛନ୍ତି ଛାତ୍ରଛାତ୍ରୀ । ବିକ୍ଷୋଭ ପ୍ରତିବାଦରେ ରାଜ୍ୟର ବିଭିନ୍ନ ବିଶ୍ବବିଦ୍ୟାଳୟର ଛାତ୍ରଛାତ୍ରୀ ସାମିଲ ହୋଇଛନ୍ତି । ପାଠପଢା ଅନଲାଇନ୍ ରେ ହୋଇଥିବା ବେଳେ ପରୀକ୍ଷା କାହିଁକି ଅଫଲାଇନରେ ଦେବୁ ବୋଲି ଅଭିଯୋଗ ଆଣିଛନ୍ତି ଛାତ୍ରଛାତ୍ରୀ ।

Related Posts